ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡ଼ହଗାଁ ପଞ୍ଚାୟତ ଡ଼ହଗାଁ ଗ୍ରାମ ହାଇସ୍କୁଲ ନିକଟରେ ବୁଧବାର ନୂତନ ଶିକ୍ଷାନୁଷ୍ଠାନ ଜ୍ଞାନୋଦୟ ବିଦ୍ୟା ନିକେତନ ସ୍କୁଲ ର ଶୁଭାରମ୍ଭ ଉଦଘାଟନି ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। ଜ୍ଞାନୋଦୟ ବିଦ୍ୟା ନିକେତନ ର ଅଧ୍ୟକ୍ଷ ଶୁଭମ କୁମାର ପଣ୍ଡା ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ସୁରେଶ ଚନ୍ଦ୍ର ପଣ୍ଡା,ଲଳିତ କିଶୋର ପଣ୍ଡା,ରଜନୀକାନ୍ତ ମୁଣ୍ଡ,ଦୀପକ କୁମାର ପଣ୍ଡା, ବଳରାମ ପୁଝାରି, ରାମକୃଷ୍ଣ ପୁଝାରି।ପ୍ରମୁଖ ଉପସ୍ଥିତ ରହି ପୂଜାର୍ଚ୍ଚନା ପରେ ଶିକ୍ଷାନୁଷ୍ଠାନ କୁ ବିଧିବଦ୍ଧ ଭାବେ ଉଦଘାଟନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ଅଗ୍ରୱାଲ ଶିକ୍ଷାନୁଷ୍ଠାନ ର ଉତ୍ତରୋତ୍ତର କାମନା କରିବା ସହ ଗ୍ରାମାଞ୍ଚଳରେ ଶିକ୍ଷା କୁ ପ୍ରୋତ୍ସାହିତ କରିବା ପାଇଁ ଏଭଳି ଶିକ୍ଷାନୁଷ୍ଠାନ ର ଗୁରୁତ୍ୱ ରହିଛି ବୋଳି କହିଛନ୍ତି। ଚଳିତ ଶିକ୍ଷା ବର୍ଷ ୨୦୨୫/୨୬ ରୁ ସ୍କୁଲ ରେ ନାମ ଲେଖା ଆରମ୍ଭ ହେବାନେଇ ସୂଚନା ମିଳିଛି।କାର୍ଯ୍ୟକ୍ରମ କୁମଞ୍ଚ ସଂଯୋଜନା ତପନ କୁମାର ପଣ୍ଡା ଓ ରାକେଶ କୁମାର ପଣ୍ଡା କରିଥିବା ବେଳେ ଛତିଶଗଡ଼ ରାଜ୍ୟ ରୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମଧ୍ୟ ଏହି ଶିକ୍ଷାନୁଷ୍ଠାନ ର ଉଦଘାଟନି ଉତ୍ସଵ ରେ ସାମିଲ ହୋଇଥିଲେ।
Sign in
Sign in
Recover your password.
A password will be e-mailed to you.