ସାଲେପୁର : ସାଲେପୁରର ସୁନାମଧନ୍ୟ ତଥା ବିଗତ ବର୍ଷରେ ସି.ବି.ଏସ୍.ଇ. ବୋର୍ଡ ପରୀକ୍ଷାରେ ଗ୍ରାମାଞ୍ଚଳ ସି.ବି.ଏସ୍.ଇ. ଅନୁବନ୍ଧିତ ବିଦ୍ୟାଳୟମାନଙ୍କ ମଧ୍ୟରେ ସର୍ବୋତ୍ତମ ଫଳାଫଳ ଆଣି ସିଟି ସ୍ତରରେ ପୁରସ୍କୃତ ସାଲେପୁର ପବ୍ଲିକ୍ ସ୍କୁଲ ତା’ର ୨୩ତମ ବାର୍ଷିକ ଉତ୍ସବ ‘ସିନର୍ଜିଆ’ ଗତ କାଲି ୧୯/୦୪/୨୫ ରେ ମହାସମାରୋହରେ ପାଳନ କରିଛି।ଏହି ଅବସରରେ ବିଦ୍ୟାଳୟର ମ୍ୟାନେଜିଂ ଡ଼ିରେକ୍ଟର ଡକ୍ଟର ଜୟନ୍ତୀ ମିଶ୍ର ସ୍ୱାଗତଭାଷଣରେ ଅତିଥି ପରିଚୟ ପ୍ରଦାନ ପୂର୍ବକ ଅତିଥିମାନେ ବହୁମୂଲ୍ୟ ସମୟ ଏ ବିଦ୍ୟାଳୟର ପିଲାମାନଙ୍କୁ ଦେଇଥିବାରୁ ଅନୁଷ୍ଠାନ ତରଫରୁ କୃତଜ୍ଞତା ଜ୍ଞାପନ କରିଥିଲେ। ପାରମ୍ପାରିକତା ଦୃଷ୍ଟିରୁ ବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଅଭିରାମ ସାହୁ ବିଦ୍ୟାଳୟର ବିଗତ ବାର୍ଷିକ ତଥ୍ୟ ପ୍ରଦାନ ପୂର୍ବକ ଚଳିତ ଶିକ୍ଷା ବର୍ଷର କାର୍ଯ୍ୟଯୋଜନା ସମ୍ପର୍କିତ ତାଲିକା ଉପସ୍ଥାପନ କରିଥିଲେ। ଇତ୍ୟବସରରେ ମୁଖ୍ୟ ଅତିଥିରୂପେ ଯୋଗଦାନ କରି ସାଲେପୁରର ତହସିଲଦାର ଶ୍ରୀଯୁକ୍ତ ଜୟନ୍ତକୁମାର ଜୟସିଂହ ବିଗତ ଦିନମାନଙ୍କରେ ବିଦ୍ୟାଳୟର ଶିକ୍ଷା, ସମାଜସେବା, ସାମାଜିକ ସଚେତନତା, କଳାନୈପୁଣ୍ୟତା ଓ ଶିକ୍ଷକଶିକ୍ଷୟିତ୍ରୀଙ୍କ ନିଷ୍ଠାପରତା ଆଦିର ଭୂୟସୀ ପ୍ରଶଂସା କରିବା ସହିତ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ବଳରେ ପ୍ରତିଷ୍ଠିତ ହୋଇ ଅନୁଷ୍ଠାନର ଓ ଅଞ୍ଚଳର ସୁନାମ ଆଣିବାର ଆହ୍ୱାନ ଦେଇଥିଲେ। ମୁଖ୍ୟବକ୍ତା ଭାବରେ କଟକ ଜିଲ୍ଲା ଶିକ୍ଷାଧିକାରୀ ଡକ୍ଟର ସନ୍ତୋଷ କୁମାର ରାଉତ ଯଦିଓ ଅନ୍ୟ ଜରୁରୀ କାର୍ଯ୍ୟବସତଃ କାର୍ଯ୍ୟକ୍ରମରେ ଯୋଗଦାନ କରିପାରିନଥିଲେ ତଥାପି ଆଭାସୀ ବାର୍ତ୍ତାରେ ବିଦ୍ୟାଳୟର ପ୍ରତିଷ୍ଠାତା, ମ୍ୟାନେଜିଂ ଡ଼ିରେକ୍ଟର ଓ ଅଧ୍ୟକ୍ଷ ଅଧ୍ୟକ୍ଷଙ୍କୁ ସାଧୁବାଦ ଜଣାଇବା ସହ ଛାତ୍ରଛାତ୍ରୀଙ୍କ ଦକ୍ଷତାର ବିକାଶରେ ସହାୟତା ପାଇଁ ଅଭିଭାବକ ଓ ଶିକ୍ଷକଶିୟିତ୍ରୀଙ୍କୁ ଆହ୍ଵାନ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ସାଲେପୁର ବ୍ଲକ ଶିକ୍ଷାଧିକାରିଣୀ ଶ୍ରୀମତୀ ଲକ୍ଷେହୀରା ଲାବଣ୍ୟବତୀ ବେହେରା ବିଦ୍ୟାଳୟର କାର୍ଯ୍ୟଦକ୍ଷତା, ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶିକାଙ୍କ ତତ୍ତ୍ଵାବଧାନ ଦକ୍ଷତା, ଶିକ୍ଷକଶିକ୍ଷତ୍ରୀଙ୍କ କାର୍ଯ୍ୟଶୈଳୀ ଓ କାର୍ଯ୍ୟଧାରା ତଥା ଉତ୍ସବ ପାଳନର ସୁସଂଗଠିତ ଭବ୍ୟ ଆୟୋଜନ ଏବଂ ଶିକ୍ଷକଶିକ୍ଷୟିତ୍ରୀଙ୍କ ଶିଶୁ ପ୍ରାଣଦାର ଭୁରିଭୁରି ପ୍ରଶଂସା କରିଥିଲେ। ବିଦ୍ୟାଳୟର ସଭାପତି ତଥା ବାଲିଆ ଶିକ୍ଷକ ଶିକ୍ଷଣ ପ୍ରତିଷ୍ଠାନର ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଷ୍ଣୁଚରଣ ପାତ୍ର ମହୋଦୟ ଜାତୀୟ ଶିକ୍ଷାନୀତି-୨୦୨୦ ର ସଫଳ ରୂପାୟନ ଦିଗରେ ଶିକ୍ଷକଶିକ୍ଷୟିତ୍ରୀଙ୍କ ପ୍ରଶିକ୍ଷଣ ଓ ବିଦ୍ୟାଳୟର ଶିକ୍ଷଣ ସଂକ୍ରମଣ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଶେଷରେ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ବରାଳ ମହୋଦୟ ଅତିଥିମାନଙ୍କର ଯୋଗଦାନ, ଶିକ୍ଷକଶିକ୍ଷୟିତ୍ରୀଙ୍କ ତ୍ୟାଗପୂତ କର୍ମ ସଂପାଦନ ଓ ଶିକ୍ଷାର୍ଥୀଙ୍କ ନିଷ୍ଠାପର ଉଦ୍ୟମ ପାଇଁ ଶୁଭେଚ୍ଛାର ବାର୍ତ୍ତା ଦେଇଥିଲେ। ଇତ୍ୟବସରରେ ବିଗତ ବୋର୍ଡ ପରୀକ୍ଷାରେ ଅନୁଷ୍ଠାନ ପାଇଁ ସୁନାମ ଆଣିଥିବା ଦଶମ ବୋର୍ଡ ପାଇଁ ଅନନ୍ୟାଶ୍ରୀ ଦାସ, ଆଦ୍ୟାଶା ମହାନ୍ତି,ଅନନ୍ୟା ସ୍ୱାଇଁ, ପ୍ରୀତିଶା ପ୍ରିୟଦର୍ଶନୀ ରାଉତ, ପ୍ରୀତି ପ୍ରିୟଦର୍ଶନୀ ସାହୁ, ସଞ୍ଚିତ ପାଲ, ନିହାରୀକା ରାଉଳ, ଏସ୍ ପ୍ରତ୍ୟୁଷ ପ୍ରଧାନ,’”ହିମାଂଶୁ ଶେଖର ସାହୁ, ଅବଦୁଲ କାଦିର ଖାନ, ନିହାର ରଞ୍ଜନ ସ୍ୱାଇଁ ଓ ଆଲୋକ ଚନ୍ଦ୍ର ମଲ୍ଲିକ, ତଥା ଦ୍ଵାଦଶ ବୋର୍ଡ ପାଇଁ ସୁମିତ କୁମାର ସାହୁ, ଶ୍ରୀତମ ମହାପାତ୍ର, ତୟବା ଆମ୍ବ୍ରିନ, ପ୍ରିୟମ୍ବଦା ଚୌଧୁରୀ ଓ ସୌମ୍ୟରଞ୍ଜନ ମହାନ୍ତି ପ୍ରମୁଖ ଶିକ୍ଷାର୍ଥୀଙ୍କୁ ନିମନ୍ତ୍ରିତ ଅତିଥିଗଣ ସମ୍ମାନିତ କରିଥିଲେ। ପରେ ପରେ ବିଦ୍ୟାଳୟର ଶିକ୍ଷାର୍ଥୀମାନଙ୍କ ଦ୍ୱାରା ପରିବେଶିତ ନୀଳମାଧବ ନାଟକ, ବାବୁରାଓ କମେଡ଼ି, ବଦେ ମାତରମ ନୃତ୍ୟାଭିନୟ, ସମ୍ବଲପୁରୀ ଓ ଅନ୍ୟାନ୍ୟ ବହୁଭାଷୀ ନୃତ୍ୟ ଉପସ୍ଥିତ ଦର୍ଶକମାନଙ୍କ ପାଇଁ ବେଶ ଉପଭୋଗ୍ୟ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.