ଭୁବନେଶ୍ୱର, : ମହିଳା ଓ ଶିଶୁ ବିକାଶ ଆନୁକୂଲ୍ୟରେ ଶୁକ୍ରବାର ଭୁବନେଶ୍ୱରରେ ଆୟୋଜିତ “ଗଣମାଧ୍ୟମ ସହ କଥାବାର୍ତ୍ତା” କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ସୁଭଦ୍ରା ଯୋଜନାର ସଫଳ ରୂପାୟନ ପାଇଁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧନ୍ୟବାଦ ପ୍ରଦାନ କରିବା ସହ ଏହି ଯୋଜନାକୁ ଆହୁରି ଉନ୍ନତ କରିବା ପାଇଁ ସେମାନଙ୍କ ଠାରୁ ସୁଚିନ୍ତିତ ମତାମତ ଗ୍ରହଣ କରିଥିଲେ । ସୁଭଦ୍ରା ଯୋଜନାରେ ଏସଓପି ତଥା ଗାଇଡଲାଇନକୁ ଘରେ ଘରେ ପହଞ୍ଚାଇବା ସହ ଜନସଚେତନତା ସୃଷ୍ଟି କରିବାରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀମତୀ ପରିଡା ମତ ପ୍ରକାଶ କରିଥିଲେ । ବିଭିନ୍ନ ଦକ୍ଷତା ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ ସୁଭଦ୍ରା ଯୋଜନାକୁ ଆହୁରି ସମୃଦ୍ଧ କରାଯିବ ବୋଲି ସେ ଉଲ୍ଲେଖ କରିଥିଲେ । ଗଣମାଧ୍ୟମ ପ୍ରତିନିଧିମାନଙ୍କ ବିଭିନ୍ନ ପ୍ରଶ୍ନର ଉତର ଦେଇ ଶ୍ରୀମତୀ ପରିଡା ସେମାନଙ୍କ ସୁଚିନ୍ତିତ ମତାମତ ଉପରେ ଆଗକୁ କାର୍ଯ୍ୟ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଖୁବ କମ ଦିନରେ ସୁଭଦ୍ରା ଯୋଜନାରେ ଏକ କୋଟିରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ଯୋଡି ଥିବାରୁ ମହିଳା ଶିଶୁ ବିକାଶ ବିଭାଗର ଅଧିକାରୀବୃନ୍ଦ ସମେତ ତୃଣମୂଳ ସ୍ତରରେ କାର୍ଯ୍ୟରତ ଅଙ୍ଗନବାଡି କର୍ମୀ ଓ ମୋ ସେବା କେନ୍ଦ୍ର, ଜନ ସେବା କେନ୍ଦ୍ର କର୍ମକର୍ତ୍ତାମାନଙ୍କୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗ ଦେଇ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ୨୦୦ ବରିଷ୍ଠ ସାମ୍ବାଦିକ ତଥା ବିଭିନ୍ନ ପ୍ରମୁଖ ଗଣମାଧ୍ୟମ ସଂସ୍ଥାର ସମ୍ପାଦକ ଓ ସାମ୍ବାଦିକମାନେ ଯୋଗ ଦେଇଥିଲେ । ଏହା ସହ ଅତିରିକ୍ତ ଶାସନ ସଚିବ ତଥା ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସୁଭଦ୍ରା ସହ ଜଡ଼ିତ ବିଭିନ୍ନ ପ୍ରଶ୍ନର ଉତର ରଖିଥିଲେ । ମହିଳା ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶିକା ଶ୍ରୀମତୀ ମୋନିଷା ବାନାର୍ଜୀ ଓ ବିଭାଗୀୟ ପ୍ରମୁଖ ଅଧିକାରୀବୃନ୍ଦ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ
Sign in
Sign in
Recover your password.
A password will be e-mailed to you.