ପାରାଦ୍ଵୀପ,:- ପୂର୍ବ ଉପକୂଳ ଶ୍ରମିକ ସଂଘ ପକ୍ଷରୁ ପାରାଦୀପ ସ୍ଥିତ ଆର୍ସେଲର୍ ମିତ୍ତଲ ନିପ୍ପନ ଷ୍ଟିଲ୍ ( ଏଏମ୍ଏନ୍ଏସ୍) କମ୍ପାନୀ ଫାଟକ ସମ୍ମୁଖରେ ଦୁଇ ଘଣ୍ଟିଆ ବିକ୍ଷବ ଓ ପ୍ରତିବାଦ ସଭା। ଶ୍ରମିକ ନେତା ପ୍ରକାଶ ତ୍ରିପାଠୀ ଙ୍କ ନେତୃତ୍ୱରେ ଶତାଧିକ ଶ୍ରମିକ କମ୍ପାନୀ ବିରୋଧ ରେ ବିଭିନ୍ନ ଦାବୀ ନେଇ ପ୍ରତିବାଦ ସଭା କରିଥିଲେ। ଶ୍ରମିକ ଙ୍କ ନ୍ୟାର୍ଯ୍ୟ ଦାବି ଯଥା ବିଭିନ୍ନ ମୌଳିକ ଅଧିକାର କୁ ନେଇ କମ୍ପାନୀ କର୍ତ୍ତୃପକ୍ଷ ଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ କୌଣସି ଆଲୋଚନା କୁ ଆସୁନଥିବା ବା ଶ୍ରମିକ ଙ୍କ କୌଣସି ଦାବୀ କୁ ପୂରଣ କରୁନାହିଁ। ଯାହା ଫଳରେ ବାଧ୍ୟ ହୋଇ ଶତାଧିକ ଶ୍ରମିକ ଙ୍କୁ ନେଇ ପୂର୍ବ ଉପକୂଳ ଶ୍ରମିକ ସଂଘ ପକ୍ଷରୁ ଦୁଇ ଘଣ୍ଟିଆ ଦୁଇଦିନ ଧରି କମ୍ପାନୀ ବିରୋଧ ରେ ପ୍ରତିବାଦ ସଭା କରାଯିବ ବୋଲି ସଂଘ କୁହାଯାଇଛି।। ଯଦିଓ କମ୍ପାନୀ କର୍ତ୍ତୃପକ୍ଷ କୌଣସି ଆଲୋଚନା କୁ ନ ଆସନ୍ତି ତେବେ ଆଗକୁ ବଡଧରଣର ଆନ୍ଦୋଳନ ହେବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।
Sign in
Sign in
Recover your password.
A password will be e-mailed to you.