ଧର୍ମଗଡ଼, : ମେଲେରିଆ ହେଉ କି ଡେଙ୍ଗୁ ଆମେ ଯଦି ଶୋଇବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଉଥିବା ଔଷଧ ବୋଲା ମଶାରୀ ବ୍ୟବହାର କରିବା ତାହେଲେ ସବୁ ରୋଗ ରୁ ନିଜକୁ ସୁରକ୍ଷିତ ରଖିବା ସହ ସୁସ୍ଥ ଜୀବନ ଯାପନ କରିବା ବୋଳି ସୋମବାର କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଦୀର୍ଘସ୍ଥାୟୀ କୀଟନାଶକ ଉପ·ରିତା ମଶାରୀ ବଣ୍ଟନର ଉଦଘାଟନ ଅବସରରେ ଉପସ୍ଥିତ ପ୍ରଶାସନିକ, ସ୍ୱାସ୍ଥ୍ୟ ଅଧିକାରୀ ଓ ଜନ ପ୍ରତିନିଧିମାନେ ପରାମର୍ଶ ଦେଇଛନ୍ତି । କୋକସରା ସିଏଚସି ପକ୍ଷରୁ ସୋମବାର ବରାଡୋଙ୍ଗା ପଞ୍ଚାୟତ ଶିଉନି ଗ୍ରାମ ଅଙ୍ଗନୱାଡି କେନ୍ଦ୍ର ନିକଟରେ ହିତାଧିକାରୀଙ୍କୁ ମଶାରୀ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ କୋକସରା ସିଏଚସି ଇନ·ର୍ଜ ଡ଼.ତତ୍ୱଦର୍ଶୀ ଦାସଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ କୋକସରା ତହସିଲଦାର କ୍ଷୀରୋଦ ବିହାରୀ ଭାରତ ନାଗ, ମୁଖ୍ୟବକ୍ତା ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ, ସାଂସଦ ପ୍ରତିନିଧି ଗୋପିଚନ ନାଏକ, ସ୍ଥାନୀୟ ସରପଞ୍ଚ ନିରୂପମା ସେଠି, ସମିତି ସଭ୍ୟ ଗୁପ୍ତେଶ୍ୱର ବାଗ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବାକୁ ବ୍ରତ ଭାବେ ତୁଲାଉଥିବା ଆଶା କର୍ମୀ ପୂର୍ଣ୍ଣମୀ ବାଗ, ଭୂମିସୁତା ବାଗ, ସଂଯୁକ୍ତା ନାଏକଙ୍କୁ ଉଲ୍ଲେଖଯୋଗ୍ୟ ସ୍ୱାସ୍ଥ୍ୟ ସେବା ପାଇଁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ଉପସ୍ଥିତ ହିତାଧିକାରୀଙ୍କୁ ମଶାରୀ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମକୁ ମଞ୍ଚ ସଂଯୋଜନାରେ ଫାର୍ମାସିଷ୍ଟ ସୁଧୀର କୁମାର ଧଙ୍ଗଡା ମାଝୀ ପରି·ଳନା କରିଥିବା ବେଳେ ସିଏଚସି ଜନସ୍ୱାସ୍ଥ ସମ୍ପ୍ରସାରଣ ଅଧିକାରିଣୀ ଶର୍ମିଳା ଛତ୍ରୀଆ, ବିପିଏମ ସୁରଜିତ ସିଂ କୁମାର, ସ୍ୱାସ୍ଥ୍ୟ ପରିଦର୍ଶକ କେତନ ପାତ୍ର, ଭିବିଡିଟିଏସ ଦୁଷ୍ମନ୍ତ ରାଉତ, ଏସଟିଏସ ଅମୋଦ ଗୁଳାପ ସମେତ ସମସ୍ତ ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.