ବିଶ୍ଵ ନୃତ୍ୟ ଦିବସ ଅବସରରେ ଫୁଲବାଣୀ ର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ନଟରାଜ କଳା ମନ୍ଦିର ଦ୍ୱାରା ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ନଟରାଜ ନୃତ୍ୟ ସଙ୍ଗୀତ ଉତ୍ସବ 2025 ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶ୍ରୀ ଗଦାଧର ପାତ୍ର ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୁଶଳ ଚନ୍ଦ୍ର ନାଏକ ଯୋଗଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ, ଜିଲ୍ଲା ଲେଖକ ସାମ୍ମୁଖ୍ୟ ର ସମ୍ପାଦକ ପ୍ରସନ୍ନ କୁମାର ପଣ୍ଡା,କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡିଶୀ ନୃତ୍ୟ ଗୁରୁ ରତିକାନ୍ତ ମହାପାତ୍ର, ବିଶିଷ୍ଟ ସମାଜସେବୀ ଦେବେନ୍ଦ୍ର ପାତ୍ର ଓ ଉମାଶଙ୍କର ମହାପାତ୍ର ଅନୁଷ୍ଠାନ ର ଉପଦେଷ୍ଟା ଗୁରୁ ବିକ୍ରମ ସାମଲ ଯୋଗଦାନ କରିଥିଲେ। ଏହି ଅବସରରେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ ଗୁରୁ ରତିକାନ୍ତ ମହାପାତ୍ର, ବିଶିଷ୍ଟ କଣ୍ଠ ଶୀଳ୍ପି ଲକ୍ଷ୍ମୀନାରାୟଣ ପୁରୋହିତ, ଭୁବନେଶ୍ବର ରୁ ଓଡିଶୀ ନୃତ୍ୟ ଶୀଳ୍ପି ପ୍ରିତୀଶା ମହାପାତ୍ର, ଐଶ୍ୱର୍ଯ୍ୟା ସିଂହଦେଓ, ଦାରିଙ୍ଗିବାଡ଼ି ରୁ କବି ତଥା ସଂଗଠକ ବିଦେଶୀ ନାୟକ, ପ୍ରାର୍ଥନା ଚ୍ୟାନେଲ ର ନୃତ୍ୟ ପ୍ରତିଯୋଗୀତା ର ବିଜେତା ଦ୍ରିଷ୍ଟି ଦିବ୍ୟାନ୍ସି ଦେହୁରୀ, ଅନୁଗୁଳ ଆଦିଙ୍କୁ ନଟରାଜ କଳା ସମ୍ମାନ ପ୍ରଦାନ ପୂର୍ବକ ସମ୍ଵର୍ଦ୍ଧିତ କରାଜାଇଥିଲା। ଏହି ଅବସରରେ ଅନୁଷ୍ଠାନର ବରିଷ୍ଠ, କନିଷ୍ଠ କଳାକାର ତଥା ଅତିଥି କଳାକାର ଙ୍କ ଦ୍ଵାରା ଓଡିଶୀ, ସମ୍ବଲପୁରୀ, ଭଜନ ତଥା ଆଧୁନିକ ନୃତ୍ୟ ପରିବେଷଣ କରାଯାଇଥିଲା। ଗୁରୁ ରତିକାନ୍ତ ମହାପାତ୍ର ଙ୍କ ଦ୍ଵାରା ପ୍ରସ୍ତୁତ ସବରୀ ଅଭିନୟ, ପ୍ରୀତୀଶା ମହାପାତ୍ର ଓ ଐଶ୍ୱର୍ଯ୍ୟା ସିଂହଦେଓ ଙ୍କ ଦ୍ଵାରା ପ୍ରସ୍ତୁତ ଶ୍ରୀ ରାମ ଚନ୍ଦ୍ର କୃପାଳୁ ଭଜମନ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା। କାର୍ଯ୍ୟକ୍ରମ କୁ ଅଶୋକ କୁମାର ମହାନ୍ତି ଓ ସୁର ପ୍ରସାଦ ନାୟକ ସଂଯୋଜନା କରିଥିବା ବେଳେ ପ୍ରତିଷ୍ଠାତା ବିନୋଦ ଚନ୍ଦ୍ର ସାହୁ ପରିଚାଳନା କରିଥିଲେ
Sign in
Sign in
Recover your password.
A password will be e-mailed to you.