ଧର୍ମଗଡ଼ : ମଇ ପହିଲାରେ ପ୍ରଗତିବାଦୀର ଜନ୍ମ ଦିବସ ପାଳିତ ହୋଇଯାଇଛି। ପ୍ରତିଷ୍ଠାତା ପ୍ରଦ୍ୟୁମ୍ନ ବଳଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ପ୍ରତିଷ୍ଠା ଦିବସ ଅବସରରେ ପ୍ରଗତିବାଦୀର ନିୟମିତ ଲେଖକ ମାନଙ୍କୁ ସମ୍ବର୍ଦ୍ଧିତ କରିଥାଏ। ପ୍ରଗତିବାଦୀର ଜଣେ ନିୟମିତ ଲେଖକ ଭାବରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଗଡରାମାଲ ଗ୍ରାମର ମୋହନ ଚରଣ ବିଷି ସମ୍ବର୍ଦ୍ଧିତ ହୋଇଛନ୍ତି। ସେ ପ୍ରଗତିବାଦୀ ସହ ବିଭିନ୍ନ ଖବର କାଗଜରେ ନିୟମିତ ସ୍ତମ୍ଭ ଲେଖିଥାନ୍ତି। ପ୍ରଗତିବାଦୀର ଜନ୍ମ ଦିନର ଆୟୋଜିତ ସାରସ୍ୱତ ସମାରୋହ ରେ ସଭାପତି ଭାବେ ଅଧ୍ୟାପକ ବିଶ୍ବରଞ୍ଜନ ଶିକ୍ଷାବିତ ଓ ପ୍ରାବନ୍ଧିକ, ଉଦଘାଟିକା ଡ. ଅରୁନ୍ଧତୀ ଦେବୀ, ନିର୍ଦ୍ଦେଶିକା-ସମ୍ପାଦିକା,ଆନ୍ତର୍ଜାତିକ ଅଶୋଭନୀୟତା ନିରୋଧ ଆନ୍ଦୋଳନ ମୁଖ୍ୟ ଅତିଥି କଟକର ଜଣେ ସାଧାରଣ ସମ୍ବାଦ ପତ୍ର ବିତରକ ଦିନବନ୍ଧୁ ଦେହୁରୀ (ଡିବିଡି),ବିଶିଷ୍ଟ ଅତିଥି ଡ. ଚନ୍ଦ୍ରଶେଖର ହୋତା ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀ,ମୁଖ୍ୟ ବକ୍ତା ଡ. ଅରୁଣ କୁମାର ସାହୁ ସାହିତ୍ୟାନୁରାଗୀ ରାଜନେତା, ସମ୍ମାନିତ ଅତିଥି ଶ୍ରୀଯୁକ୍ତ ରାଧୁ ମିଶ୍ର ଅନୁବାଦକ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ କାର୍ଯ୍ୟନିର୍ବାହୀ ସଂପାଦକ ବିରୁପାକ୍ଷ ତ୍ରିପାଠୀ ପରିଚାଳନା କରିଥିବାବେଳେ ଫିଚର ବିଭାଗର ଶଶିଭୂଷଣ ସାହୁ ସମେତ ପ୍ରଗତିବାଦୀ ପରିବାର ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.