ନିଖିଳ ଓଡିଶା ଏମଡିଏମ ପାଚିକା ସହାୟିକା ସଙ୍ଘ ପକ୍ଷରୁ ବିଭିନ୍ନ ଦାବି ନେଇ ଧର୍ମଗଡ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ।

104

ଧର୍ମଗଡ଼ : ସରକାରୀ ବିଦ୍ୟାଳୟ ମାନଙ୍କରେ ମଧ୍ୟାହ୍ନ ଭୋଜନ ଯୋଜନା ଭଳି ପାଇଲଟ ପ୍ରୋଜେକ୍ଟକୁ ସଫଳ କରିବା ପାଇଁ ପାଚିକା ସହାୟିକା ମାନେ ଦୀର୍ଘ ଦୁଇ ଦଶନ୍ଧିରୁ ଉର୍ଦ୍ଧ ସମୟ ଧରି ବିନା ଛୁଟି ରେ ବହୁ ଅସୁବିଧା ମଧ୍ୟରେ ଅକ୍ଲାନ୍ତ ପରିଶ୍ରମ କରି ମଧ୍ୟାହ୍ନ ଭୋଜନ କାମ କରିବା ସହ ସେମାନଙ୍କୁ ବିଦ୍ୟାଳୟର ଅନ୍ୟାନ୍ୟ କାମ କରିବାକୁ ବାଧ୍ୟ କରାଯାଉଛି. ଏଆଇଟିୟୁସି ନେତୃତ୍ଵରେ ସୋମବାର ବିଭିନ୍ନ ଦାବି ନେଇ ସଙ୍ଘ ପକ୍ଷରୁ ଧର୍ମଗଡ ଠାରେ ବିଭିନ୍ନ ନାରାବାଜି ମାଧ୍ୟମରେ ଶୋଭାଯାତ୍ରା ସହ ଧର୍ମଗଡ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରାଓ କରି ଉପଜିଲ୍ଲାପାଳ ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଦେଶର କ୍ଷମତାସୀନ ସରକାର ମଧ୍ଯାହ୍ନ ଭୋଜନ ପାଚିକା ଓ ସହାୟିକାଙ୍କ ଶ୍ରମ ଶୋଷଣ କରି ମଜୁରୀ ନଦେଇ ସାମାନ୍ଯ ମାନଦେୟରେ ସୀମିତ ରଖି ଶୋଷଣ କରୁଥିଵା ଅଭିଯୋଗ କରି ପାଚିକା ମାନଙ୍କୁ ସରକାରୀ କର୍ମଚାରୀ ର ମାନ୍ୟତା ଓ ମାସିକ ସର୍ବନିମ୍ନ ମଜୁରୀ ପ୍ରଦାନ, ପାଚିକା ମାନଙ୍କୁ ୧୦ ମାସ ର ପାରିଶ୍ରମିକ ପରିବର୍ତ୍ତେ ୧୨ ମାସ ର ପାରିଶ୍ରମିକ ପ୍ରଦାନ, ପିଲା ସଂଖ୍ୟା କମ ପାଇଁ ବନ୍ଦ ହୋଇଥିବା ସ୍କୁଲକୁ ଖୋଲାଯାଇ ପାଚିକା ମାନଙ୍କୁ ନିଯୁକ୍ତି ପ୍ରଦାନ, ମଧ୍ୟାହ୍ନ ଭୋଜନ ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟ ରେ ନିୟୋଜିତ ବନ୍ଦ କରାଯାଉ, ମଧ୍ୟାହ୍ନ ଭୋଜନ ଯୋଜନା କୁ ଘରୋଇ ସଂସ୍ଥା କୁ ହସ୍ତାନ୍ତର ବନ୍ଦ କରାଯାଉ, ପାଚିକା ସହାୟିକା ଙ୍କ ଅବସର ଓ ମୃତ୍ୟୁ ପରେ ନିଜ ଉତ୍ତରା ଧିକାରୀ ଙ୍କୁ ସୁଯୋଗ ପ୍ରଦାନ, ପାଚିକା ସହାୟିକା ନିଯୁକ୍ତି ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଜରିଆରେ ନିଯୁକ୍ତି ପ୍ରଦାନ ଭଳି ୧୫ ଗୋଟି ଦାବି ନେଇ ଧର୍ମଗଡ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରାଓ କରିଥିଲେ।ରାଜ୍ୟ ସଭାପତି ଅକ୍ଷୟ କୁମାର ମେହେର ଙ୍କ ନେତୃତ୍ୱରେରାଜ୍ୟ ପରିଷଦ ସଭ୍ୟା ଅବନ୍ତୀ ଦଣ୍ଡସେନା, କବିତା ଖର୍ସେଲ , ଜିଲ୍ଲା କାର୍ଯ୍ୟକାରୀ କମିଟି ସଭ୍ୟା ବନିତା ବାଗ, ହେମ ନାଏକ, ଧନମତି ଖରସେଲ, କ୍ଷୀର ବାଗ, ରିଖିରାମ ଭାଟି, ଅଯୋଧ୍ୟା ହାତୀ, ଗାୟତ୍ରୀ ଗୋପାଳ, ଦେବକୀ ମାଝୀ, ମାଳସିଲା ନିଆଲ ସମେତ ଶତାଧିକା ପାଚିକା ସାମିଲ ହୋଇଥିଲେ।

Leave A Reply

Your email address will not be published.