ଅସହାୟ ଅବସ୍ଥାରେ ବୃଦ୍ଧ, ସରକାରୀ ଆବାସ ଯୋଜନା ପାଇଁ ଅପେକ୍ଷା

173

କୋରାପୁଟ: ଜୟପୁର ବ୍ଲକ୍ ଅନ୍ତର୍ଗତ ନାଗାର୍ଜୀ ସାହି ୱାର୍ଡ ନଂ-୨୪ ରେ ବାସ କରୁଛନ୍ତି ଆର ଲକ୍ଷ୍ମୀ ବୟସ ପାଖା ପାଖି ୬୫ ହେବ । ୧୦ ବର୍ଷ ପୂର୍ବେ ଏକ ମାତ୍ର ପୁଅର ଅକାଳ ବିୟୋଗ ହୋଇଥିବା ବେଳେ ପୁଅ ବିୟୋଗର କିଛି ଦିନ ପରେ ବୋହୂ ୧ ବର୍ଷର ଶିଶୁ ପୁତ୍ରକୁ ଛାଡ଼ି ଅନ୍ୟତ୍ର କାହା ସହିତ ପଳାଇଲା । ନିଜର ଘର ଖଣ୍ଡେ ନଥିବା ଯୋଗୁଁ ଛୋଟ ଶିଶୁ ନାତିକୁ ନେଇ ନାଳ ପାଖ କୁଡିଆରେ ୧୦ ବର୍ଷ ହେବ ରହି ଆସୁଛନ୍ତି ଆର ଲକ୍ଷ୍ମୀ । ବର୍ଷା ଦିନେ ନାହିଁ ନଥିବା ଅସୁବିଧାର ସମ୍ଭୁଖୀନ ହେବା ସହିତ ସାପ ଜନ୍ତୁ ଯୁନ୍ତାର ମଧ୍ୟ ଭୟ ରହୁଛି ।

ବୟସର ଅପରାହ୍ନରେ ପହଞ୍ଚି ସାରିଥିଲେ ମଧ୍ୟ ନାତିକୁ ବଡ଼ କରିବାର ପ୍ରୟାସ ଜାରିରଖିଛନ୍ତି । ଠିକ୍ ଭାବରେ ଆଖିକୁ ଦେଖାଯାଉ ନଥିବା ବେଳେ କାନକୁ ମଧ୍ୟ ଶୁଭୁନି । ଏଇଭଳି ଦୁଃଖଦ ସମୟରେ ପେଟକୁ ଗଣ୍ଡେ ଖାଇବା ପାଇଁ ଘର ଘର ବୁଲି କାମ କରୁଛନ୍ତି । ଯଦି କେବେ ଦେହ ଖରାପ ହୁଏ କାମକୁ ନ ଯାଇ ଘରେ ପଡ଼ିରୁହନ୍ତି । ସାଇ ପଡ଼ିଶା ଯାହା ଦେଲେ ତାକୁ ଖାଇ ରୁହନ୍ତି । ରାଜ୍ୟ ସରକାରଙ୍କ ତରଫରୁ ରାସନ ସାମଗ୍ରୀ ସହିତ ଭତ୍ତା ମିଳୁଥିଲେ ମଧ୍ୟ ଏହା ସମୁଦ୍ରକୁ ସଙ୍କେପରି ମନେ ହେଉଛି । ସରକାରଙ୍କ ତରଫରୁ ଗରିବ ଆଦିବାସୀ ମାନଙ୍କୁ ଥଇଥାନ କରାଯାଉଥିବା ସମୟରେ ଏହା ଜୟପୁର ବାସୀଙ୍କ ପାଇଁ ସାତ ସପନ । ଘର ଖଣ୍ଡେ ପାଇଁ ସରକାରୀ ବାବୁ ମାନଙ୍କୁ ଗୁହାରି କଲେ ଖାଲି ମିଳୁଛି ମିଛ ପ୍ରତିଶ୍ରୁତି । ଦେଖିବା ପାଇଁ ବାକି ରହିଲା କେବେ ଜୟପୁର ପ୍ରଶାସନର ନିଦ ଭାଙ୍ଗିବା ସହିତ ଅସହାୟ ଗରିବ ଆଦିବାସୀ ମାନଙ୍କୁ ସେମାନଙ୍କର ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି ।

Leave A Reply

Your email address will not be published.