ରାଉରକେଲାରେ ହେବ ଭାରତର ବୃହତ୍ତମ ହକି ଷ୍ଟାଡିୟମ୍

229

ଭୁବନେଶ୍ୱର: ସମ୍ମାନଜନକ ‘ଏଫ୍‌ଆଇଏଚ୍‌ ଓଡ଼ିଶା ମେନ୍‌ସ୍‌ ହକି ଓ୍ଵାର୍ଲଡ୍‌ କପ୍‌ ୨୦୨୩’ ଆୟୋଜନ କରାଯିବା ସହ ରାଉରକେଲା ସହରରେ ଏକ ନୂତନ ସର୍ବୋତ୍ତମ ହକି ଷ୍ଟାଡିୟମ୍‌ ନିର୍ମାଣ କରାଯିବ ବୋଲି ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ୨୦ ହଜାର ଦର୍ଶକ ବସିବା ପାଇଁ ବ୍ୟବସ୍ଥା ଥିବା ଏହି ଷ୍ଟାଡିୟମ୍‌ ହେବ ଭାରତର ବୃହତ୍ତମ ହକି ଷ୍ଟାଡିୟମ୍‌। ରାଉରକେଲାର ‘ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି’ ପରିସରରେ ୧୫ ଏକର ଜମିରେ ଏହି ଷ୍ଟାଡିୟମ୍‌ ନିର୍ମାଣ କରାଯିବ। ଏକ ଭିଡିଓ ବାର୍ତ୍ତାରେ ଏକଥା ଘୋଷଣା କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ପୂର୍ବରୁ କରିଥିବା ଘୋଷଣା ମୁତାବକ, ୨୦୨୩ରେ ସମ୍ମାନଜନକ ‘ପୁରୁଷ ହକି ବିଶ୍ୱକପ୍‌’ ଆୟୋଜନକାରୀ ଭାବେ ଓଡ଼ିଶା ପୁଣି ଥରେ ଗୌରବାନ୍ଵିତ ହେବ। ଏହି ଟୁର୍ଣ୍ଣାମେଣ୍ଟ୍‌ ଭୁବନେଶ୍ୱର ଏବଂ ରାଉରକେଲାରେ ଆୟୋଜନ କରାଯିବ। ଭାରତୀୟ ହକିକୁ ସୁନ୍ଦରଗଡ଼ର ଅବଦାନ ପ୍ରତ ଶ୍ରଦ୍ଧାଞ୍ଜଳି ଜ୍ଞାପନପୂର୍ବକ ୨୦ ହଜାର ଦର୍ଶକଙ୍କ ବସିବା ଲାଗି ସାମର୍ଥ୍ୟ ଥିବା ଏକ ନୂତନ ଆନ୍ତର୍ଜାତିକ ମାନର ହକି ଷ୍ଟାଡିୟମ୍‌ ରାଉରକେଲାରେ ନିର୍ମାଣ କରିବା ପାଇଁ ଘୋଷଣା କରୁଛି । ଏହି ଷ୍ଟାଡିୟମରେ ବହୁ ଆଧୁନିକ ସୁବିଧା ରହିବ ଏବଂ ଅନନ୍ୟ ଅନୁଭୂତି ପ୍ରଦାନ କରିବ। ଆଶା, ଏହା ହକି କ୍ଷେତ୍ରରେ ବିଶ୍ୱର ସର୍ବୋତ୍ତମ ସ୍ଥାନ ଭାବେ ବିବେଚିତ ହେବ ।

Leave A Reply

Your email address will not be published.