ଜିଲ୍ଲାରେ ପାଣି ସଙ୍କଟ ଦୁର ହେବତ?

177

ରାୟଗଡା/କୋଲନରା: ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି ଲୋକଙ୍କ ସୁବିଧା ସୁଯୋଗ ପାଇଁ ତଥାପି ଲୋକମାନେ ନାହିଁ ନ ଥିବା ଅସୁବିଧା ସମ୍ମୁଖୀନ ହେବାକୁ ପଡୁଥିବା ଦେଖିବା କୁ ମିଳିଛି । ପ୍ରତ୍ୟେକ ଦିନ ଦୁଇ କିମି ୩୨୬ ନମ୍ବର ରାଜରାସ୍ତା ଦେଇ ରୋବାଡ଼ି ଗ୍ରାମକୁ ଯାଇ ପାଣି ଆଣିବାକୁ ଯାଉଛନ୍ତି ଚମ୍ପିଆ କଲୋନୀର ଗ୍ରାମବାସୀ । ପାଣି ଆଣିବାକୁ ଯାଉଥିବା ମହିଳା ମାନଙ୍କ ସହ କୁନି କୁନି ଛୁଆ ପିଲା ମାନେ ମାଆ ମାନଙ୍କ ପଛରେ ଯାଉଛନ୍ତି । ବାଟରେ ୩୨୬ ନମ୍ବର ଜାତୀୟ ରାଜପଥ । ଜୀବନକୁ ପାଣି ଛଡେଇ ପାଣି ସଂଗ୍ରହ କରିବାକୁ ଯାଉଛନ୍ତି । କେତେବେଳେ କୋଉ ଗାଡ଼ିର ଦୃଘଟଣା ହୋଇପାରେ ଠାକୁରଙ୍କ ହିଁ ଭରଷା ବୋଲି ନିତି ଦିନି ପାଣି ଆଣିବାକୁ ଯାଉଥିବା କହିଛନ୍ତି କଲୋନୀର ମହିଳା ମାନେ । ଗ୍ରାମକୁ ପଞ୍ଚାୟତ ସମିତି ଠାରୁ ପଞ୍ଚାୟତ ସ୍ତରୀୟ ଅଧିକାରୀ ମାନେ ଆସି ଦେଖି କି ଗଲେ ଆଜି ପର୍ଯ୍ୟନ୍ତ ପାନୀୟ ଜଳର ସମସ୍ୟା ସମାଧାନ ହେଇ ପାରୁନାହିଁ । ସମସ୍ତ ଅଧିକାରୀଙ୍କୁ ଦୁଃଖ ଜଣେଇବା ସହ ସ୍ଥାନୀୟ ସରପଞ୍ଚ ବିସିକେଶନ କଣ୍ଡାଗରୀଙ୍କୁ ମଧ୍ୟ ଜଣେଇ ଅଛୁ ତଥାପି ଦୁର୍ଦିନରେ ଦିନ କଟୁଛି ଆମ କଲୋନୀ ବାସୀ ମାନଙ୍କର । କଲୋନୀରେ ଥିବା ନଳକୂପକୁ ସଲର ପମ୍ପ ମାଧ୍ୟମରେ ପାଣି ଯୋଗାଇ ଦେବାକୁ ପମ୍ପ ଲଗେଇଲେ ସେଇ ଦିନଠାରୁ ପାଣିର ସମସ୍ୟା ଦେଖା ଗଲା । ସଲର ପମ୍ପରୁ ଯେଉଁ ପାଣି ବାହାରୁଛି କାଦୁଅ ପାଣି ବାହାରୁଛି ପିଇବାରେ ପ୍ରଯୁଯ୍ୟ ନୁହଁ ।ସେଇ ପାଣି ଦୁଇ ଦିନ ବ୍ୟବହାର କରି ବାରୁ ଛୋଟ ଛୋଟ ପିଲା ମାନଙ୍କ ପେଟ ଜନିତ ସମସ୍ୟା ଦେଖା ଦେବାରୁ ପାଣି ବ୍ୟବହାର କରିବା ଛାଡିଦେଇ ପୋଡ଼ସି ଗ୍ରାମ ରୋବଡ଼ି ପ୍ରାୟ ଦୁଇ କିମି ଦୂର ରେ ଥିଲେ ମଧ୍ୟ ନିତି ଦିନ ଯାଇ ପାଣି ଆଣୁଥିବା କହିଛନ୍ତି । ପାନୀୟ ଜଳ ସମସ୍ୟା ନେଇ କାର୍ଯ୍ୟ ସମ୍ପାଦନ ଅଧିକାରୀ ରୁନୁ ମାଣ୍ଡ।ଙ୍ଗିଙ୍କୁ ପଚାରି ବୁଝିବାରୁ ସେ କହିଲେ କି ପୁଣି ନୁଆଁରେ ନଳକୂପ ଖଳି ପାଣି ଯୋଗେଇ ଦିଆଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.