ସାମ୍ବାଦିକଙ୍କୁ ମାରଣାନ୍ତକ ଆକ୍ରମଣ ଘଟଣାରେ ୨ ଗିରଫ

139

ଯଦୁପୁର: ଯଦୁପୁରରେ ନନ୍ଦିଘୋଷ ଟିଭି ରିପୋର୍ଟର, କ୍ୟାମେରାମ୍ୟାନ୍ ଓ ଗାଡି ଡ୍ରାଇବରଙ୍କୁ ଆକ୍ରମଣ ମାମଲାରେ ୨ ଜଣଙ୍କୁ ଗିରଫ କରିଛି ନୟାଗଡ଼ ସଦର ଥାନା ପୋଲିସ । ଗିରଫ ଦୁଇଜଣ ହେଲେ ଦୀପକ ଦଳବେହେରା ଓ ଅନିଲ ରାଉତ । ତେବେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଯତୀନ ମହାନ୍ତିଙ୍କୁ ଏ ପର୍ଯ୍ୟନ୍ତ ପୋଲିସ ଗିରଫ କରି ପରି ନାହାଁନ୍ତି । ଏଥିସହ ବିଜେପି ନେତ୍ରୀ ଇରାନୀ ରୟଙ୍କୁ ଗିରଫ କରିବାକୁ ନୟାଗଡ଼ବାସୀ ଦାବି କରିଛନ୍ତି । ସେମାନଙ୍କ ଵିରୋଧରେ କେସ୍ ନମ୍ବର ୧୭୭/୨୦ରେ ମାମଲା ରୁଜୁ ହେବା ସହ ଆଇପିସି ଧାରା ୩୪୧, ୩୨୩, ୨୯୪, ୩୩୬, ୪୨୭, ୫୦୬, ୩୦୭, ୧୦୯/୩୪ ଦଫା ଲାଗିଛି । ଗିରଫ ଦୁଇ ଅଭିଯୁକ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏଥିସହ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଚାଲିଛି । ଘଟଣା ପଛରେ କାହାର ହାତ ଅଛି, ସେନେଇ ଅନୁସନ୍ଧାନ ଚାଲିଥିବା ଅତିରିକ୍ତ ଏସପି କହିଛନ୍ତି ।ସୂଚନା ଯୋଗ୍ୟ ଯେ ଗୁରୁବାର ବିଜେପି ପଦଯାତ୍ରା ଖବର ସଂଗ୍ରହ କରିବାକୁ ଯାଇଥିବା ନନ୍ଦିଘୋଷ ଟିମକୁ ମାରଣାନ୍ତକ ଆକ୍ରମଣ ହୋଇଥିଲା । ବିଜେପିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ନନ୍ଦିଘୋଷ ଟିଭି ରିପୋର୍ଟର ଓ କ୍ୟାମେରାମ୍ୟାନ୍‌ଙ୍କ ଉପରେ ଆକ୍ରମଣ କରାଯାଇଥିଲା । ଆକ୍ରମଣରେ ଗୁରୁତର ହୋଇ ସେମାନେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣାକୁ ବୁଦ୍ଧିଜୀବୀ ଓ ବିଭିନ୍ନ ସମ୍ବାଦିକ ସଂଘ ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହିତ ଅନ୍ୟ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ ପାଇଁ ଦାବି ହୋଇଛି । ଏହି ଘଟଣାକୁ ନିନ୍ଦା କରି ଭୁବନେଶ୍ୱରରେ ମଧ୍ୟ ସାମ୍ବାଦିକମାନେ ପ୍ରତିବାଦ କରିଥିଲେ । ଏଭଳି ଘଟଣାକୁ ସେମାନେ ନିନ୍ଦା କରିବା ସହ ଦୋଷୀ ବିରୋଧରେ କଡା କାର୍ଯାନୁଷ୍ଠାନ ଓ ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି ।ଏଥିସହ ଆଗାମୀ ବିଧାନସଭା ଅଧିବେଶନରେ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଏକ ବିଲ ପାସ କରଯାଉବୋଲି ଦାବି କରିବା ସହ ରାଜ୍ୟପାଳଂକୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.