ପୋଲିସରଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଆହତ

Notorious criminal Sunil injured in police encounter

100

ଵ୍ରହ୍ମପୁର, ୨/୮  ପୋଲିସ  ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଓରଫ ମାଲ ନାହାକ ଆହତ ହୋଇଛି। ଗୋଳନ୍ଥରା ପୋଲିସ ଅଧିକାରୀଙ୍କ ଗୁଳି ସୁନୀଲଙ୍କ ବାମ ଗୋଢ଼ ଜଙ୍ଘ ପାଖରେ ବାଜିଛି। ସେ ଏବେ ଏମକେସିଜି ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି। ସୁନୀଲ ନାଁ’ ରେ ବିଭିନ୍ନ ଥାନାରେ ଏକାଧିକ  ସଙ୍ଗୀନ ମାମଲା ରହିଥିବା ପୋଲିସ କହିଛି। ଗତ ୨୨ ତାରିଖ ରାତ୍ର ନିମଖଣ୍ଡି ଥାନା ଅନ୍ତର୍ଗତ ଗୋବିନ୍ଦ ବିହାରରେ ରହୁଥିବା ଶୁଭଶ୍ରୀ ଜେନା ନିଜ ପୁଅକୁ ଟିୟୁସନ୍ରୁରୁ ଧରି ଫେରୁଥିବା ବେଳେ ଘର ନିକଟରେ ସୁ ନୀଲ ତାଙ୍କ ଗାଢ଼ି ଅଟକାଇ ତାଙ୍କ ଉପରକୁ ଫାଏରିଂ କରି ଦୁଇ ଭରିରର ସୁନା ହାର ନେଇଥିଲେ ଯାହାକି ପୋଲିସ  ଜାଣିବାକୁ ପାଇଛି। ଏମକେସିଜିରେ ଏବେ ପୋଲିସ ହେପାଜତରେ ସୁନୀଲ ରହି ଚିକିତ୍ସିତ ହେଉଛନ୍ତି। ଘଟଣାରୁ ପ୍ରକାଶ ଯେ , ଉକ୍ତ  ସୁନୀଲ ଜାତୀୟ ରାଜପଥ ଗୋଳନ୍ଥରା ଦେଇ ଚିକିଟି ଯାଉଥିବା ନେଇ ଵ୍ରହ୍ମପୁର ଏସପି ଡା. ସର୍ଵଣା ବିବେକ ଏମ. ଖବର ପାଇଥିଲେ। ଏସପିଙ୍କ ନିର୍ଦେଶରେ ଗୋଳନ୍ଥରା ଥାନାଧିକାରୀ ବିବେକାନନ୍ଦ ସ୍ୱାଇଁ, ଏସ ଆଇ ସିଲୁ ଧଳ ଓ ଅନ୍ୟାନ୍ୟ ପୋଲିସ କର୍ମଚାରୀ ପୋଲିସ ଗାଢିରେ ଆଜି ବଢି ଭୋର  ତାଙ୍କର ପିଛା କରିଥିଲେ। ପିତାତଳି ପୂର୍ବରୁ ପୋଲିସ ଗାଢ଼ିକୁ ଦେଖି ସୁନୀଲ ପ୍ରଥମେ ଦୁଇ ରାଉଣ୍ଡ ଗୁଳି ଫାଏରିଂ କରିଥିଲେ। ପକୁସ ମଧ୍ୟ ପାଲଟା ଆକ୍ରମଣ କରି ତାଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଫାଏରିଂ କରିଥିଲା। ଗୋଟିଏ ଗୁଳି ସୁନୀଲଙ୍କ ଆଣ୍ଠୁକୁ ମାଡ଼ ହେବା ପରେ ସେ ତଳେ ପଡି ଯାଇଥିଲେ। ପୋଲିସ ତାଙ୍କୁ ସେଠାରୁ କାବୁ କରି ଚିକିତ୍ସା ପାଇଁ ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲା। ସାଇଣ୍ଟିଫିକ ଟିମ ସହାୟତାରେ ପୋଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.