ଇଂଲଣ୍ଡ ଓ ଭାରତ ମଧ୍ୟରେ ବିମାନ ଚଳାଚଳ ଜାନୁଆରି ୭ ତାରିଖ ପର୍ଯ୍ୟନ୍ତ ସାମୟିକ ଭାବେ ସ୍ଥଗିତ

156

ନୂଆଦିଲ୍ଲୀ; ଭାରତ ଓ ଇଂଲଣ୍ଡ ମଧ୍ୟରେ ସାମୟିକ ଭାବେ ବନ୍ଦ ଥିବା ବିମାନ ଚଳାଚଳ ଅବଧିକୁ କେନ୍ଦ୍ର ସରକାର ୨୦୨୧ ଜାନୁଆରି ୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିବା କଥା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଘୋଷଣା କରିଛନ୍ତି । କରୋନା ଭାଇରସ୍‌ର ନୂଆ ଷ୍ଟ୍ରେନ୍‌ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଦୁଇ ଦେଶ ମଧ୍ୟରେ ବିମାନ ଯାତାୟତ ବାତିଲ କରାଯାଇଥିଲା । ଟୁଇଟ୍‌ କରି ପୁରୀ କହିଛନ୍ତି, ଭାରତରୁ ଇଂଲଣ୍ଡ୍‌ ଯାଉଥିବା ଓ ଇଂଲଣ୍ଡ୍‌ରୁ ଭାରତକୁ ଆସୁଥିବା ବିମାନଗୁଡ଼ିକର ସାମୟିକ ସ୍ଥଗିତକରଣ ୨୦୨୧ ଜାନୁଆରି ୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହାପରେ କଡ଼ା ନିୟନ୍ତ୍ରଣରେ ବିମାନ ଚଳାଚଳ ଆରମ୍ଭ ହେବ। ଖୁବ୍‌ ଶୀଘ୍ର ସେଥିପାଇଁ ସବିଶେଷ ବିବରଣୀ ଘୋଷଣା କରାଯିବ । ନୂଆ ଷ୍ଟ୍ରେନ୍‌ର କରୋନା ଭାଇରସ୍‌ ସଂକ୍ରମଣ ଚିହ୍ନଟ ହେବା କାରଣରୁ ଭାରତ ଗତ ସପ୍ତାହରୁ ଇଂଲଣ୍ଡରୁ ଭାରତ ଆସୁଥିବା ବିମାନଗୁଡ଼ିକୁ ବାତିଲ କରିଥିଲା । କେବଳ ଭାରତ ନୁହେଁ ବିଶ୍ୱର ଅନେକ ଦେଶ ମଧ୍ୟ ଇଂଲଣ୍ଡ ଯାତ୍ରା ଉପରେ କଟକଣା ଜାରି କରିଛନ୍ତି ।

Leave A Reply

Your email address will not be published.