ମାଓବାଦୀଙ୍କ ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣରେ ଜଣେ ଜବାନ ଗୁରୁତର

155

ମାମଲକାନଗିରି: ବୁଧବାର ସକାଳେ ମାଲକାନଗିରି ସୀମାନ୍ତବର୍ତ୍ତୀ ଛତିଶଗଡ଼ର ବିଜପୁର ଜିଲ୍ଲାରେ ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣ ହେବାରୁ ଜଣେ ‘ଡିଆର୍‌ଜି’ ଯବାନ ସାଙ୍ଘାତିକ ଆହତ ହୋଇଛନ୍ତି । ଜବାନଙ୍କୁ ଟାର୍ଗେଟ୍ କରି ମାଓବାଦୀ ଖଞ୍ଜିଥିଲେ ଆଇଇଡି । ସୀମାନ୍ତ ବିଜାପୁର ଜିଲ୍ଲା ଗଙ୍ଗାଲୁର ଥାନା ଅଞ୍ଚଳରେ ଘଟିଛି ଏଭଳି ବିସ୍ଫୋରଣ । ଆଜି ସକାଳ ପ୍ରାୟ ୯ଟା ବେଳେ ରାସ୍ତା ତିଆରି କାମ ଚାଲିଥିବା ବେଳେ ପୂର୍ବରୁ ରାସ୍ତା କଡ଼ରେ ନକ୍ସଲ୍‌ମାନେ ଖଞ୍ଜିଥିବା ଲ୍ୟାଣ୍ଡ୍‌ମାଇନ୍‌ଟି ବିସ୍ଫୋରିତ ହୋଇଥିଲା। ବିସ୍ଫୋରଣ ଫଳରେ ସୁରକ୍ଷା ପ୍ରଦାନକାରୀ ଯବାନଙ୍କ ମଧ୍ୟରୁ ଜଣେ ଭୀଷଣ ଆହତ ହୋଇଥିଲେ । ଆହତ ଜବାନଙ୍କୁ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.