ନୂତନବର୍ଷରେ ଡମପଡା ବ୍ଲକକୁ ବାଲ୍ୟ ବିବାହ ମୁକ୍ତ ପାଇଁ ଶପଥ ପାଠ

174

ବାଙ୍କୀ: ଡମପଡା ବ୍ଲକକୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ଡମପଡା ସମନ୍ୱିତଶିଶୁ ବିକାଶ ବିଭାଗ ପକ୍ଷରୁ ସିଡିପିଓ ନିର୍ମଳା ପଣ୍ଡାଙ୍କ ତତ୍ୱାବଧାନରେ କାର୍ଯ୍ୟାଳୟ ପରିସରରେ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ଜିଲ୍ଲା ବାଲ୍ୟ ବିବାହ ମୁକ୍ତ ପାଇଁ ଅଗବଢେଇ ଥିବା ବେଳେ ଡମପଡା ବ୍ଲକ ଏକ ପାଦ ଆଗକୁ ଯାଇ ଏହାକୁ କିପରି କାର୍ଯ୍ୟକାରୀ କରିହେବ ସେ ସମ୍ପର୍କରେ ଏକାଧିକ ବାଲ୍ୟବିବାହ ବନ୍ଦ ପାଇଁ ପଥ ପ୍ରାନ୍ତ ନାଟକ କିଛି ଦିନ ତଳେ ପଦନପୁର,ନିସ୍ତିପୁର ଠାରେ କରିଥିଲା । ବିଭାଗ ପକ୍ଷରୁ ଏକ କମିଟି ଗଠନ କରାଯାଇଛି ଯାହା ବାଲ୍ୟ ବିବାହ ବନ୍ଦ କରିବା ପାଇଁ ବିଭିନ୍ନ ଗ୍ରାମରେ କମିଟି କରି ସଚେତନତା କରିବ । ଯିଏ ଲୁଚି ଛପି ବାଲ୍ୟ ବିବାହ କରେ ତାକୁ ଆଇନ ଅନୁଯାୟୀ ଦଣ୍ଡିତ ହେବ ବୋଲି ସବୁ ଗ୍ରାମରେ ପ୍ରଚାର କରାଯାଇଛି । ଆଜି କାର୍ଯ୍ୟକ୍ରମରେ ସିଡିପିଓ ଶ୍ରୀମତୀ ପଣ୍ଡା ବ୍ଲକ କ୍ଷେତ୍ର ପରିଦର୍ଶିକା ଆରତୀ ସାମଲ, ବନଲାତା ମହାନ୍ତି, ଛବି ରାଣୀ ଗଗରେଇ,ମିଶନ ଶକ୍ତିର ହରପ୍ରୟା ସାହୁ, ବରିଷ୍ଠ କିରାନୀ ରଶ୍ମିବଳା ସାହୁ,ପ୍ରଜ୍ଞା ସାମନ୍ତରାୟ ଓ ଅଫିସର କର୍ମଚାରୀ ଆର୍ତ୍ତବନ୍ଧୁ ପ୍ରଧାନ ଓ ବାଲ୍ୟ ବିବାହ ମୁକ୍ତ କମିଟିର ସଭ୍ୟ ସାମାଜିକ କର୍ମୀ ତଥା ସାମ୍ବାଦିକ ଗୌତମ ମିଶ୍ର ଶପଥ ପାଠ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ଥିଲେ।ଡମପଡା ବ୍ଲକକୁ ୨୦୨୧ ରେ ବାଲ୍ୟ ବିବାହ ମୁକ୍ତ ପାଇଁ ପ୍ରୟାସ କରିବେ ବୋଲି ସମସ୍ତେ ପଣ କରିଥିଲେ ।

Leave A Reply

Your email address will not be published.