ଶ୍ରୀରାମ ଜନ୍ମ ଭୂମିରେ ଭବ୍ୟ ମନ୍ଦିର ନିର୍ମାଣ ଅର୍ଥେ ସାମ୍ବାଦିକ ସମ୍ମିଳନୀ

154

ଜୟପୁର: ଜୟପୁର ଠାରେ ଶ୍ରୀରାମ ଜନ୍ମ ଭୂମିରେ ଭବ୍ୟ ମନ୍ଦିର ନିର୍ମାଣ ଅର୍ଥେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର କାର୍ଯ୍ୟବାହ ଶ୍ରୀ ହରିଶ ଚନ୍ଦ୍ର ପରିଡା,କୋରାପୁଟ ଜିଲ୍ଲା ଅଭିଯାନ ପ୍ରମୁଖ ଦୁର୍ଯ୍ୟୋଧନ ମାଳି,ସହ ଅଭିଯାନ ଶ୍ରୀ ସୁଧାଂଶୁ ଶେଖର ଜେନା ଯୋଗଦାନ କରିଥିଲେ । ପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଶ୍ରୀରାମ ଜନ୍ମ ଭୂମିରେ ଭଗବାନ ରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ହେବାକୁ ଯାଉଛି । ଏହି ମନ୍ଦିର ୨୦୨୪ ମସିହା ଶେଷ ଆଡ଼କୁ ପୂର୍ଣ୍ଣ ହେବାର ସମ୍ଭାବନା ରହିଛି । ମକର ସଂକ୍ରାନ୍ତି ଠାରୁ ମାଘ ପୂର୍ଣ୍ଣିମା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଦେଶକୁ ଯୋଡିବା ପାଇ ଏହା ବ୍ୟାପକ ନିଧିର ସମର୍ପଣ ଏବଂ ସମ୍ପର୍କ ଅଭିଯାନ କରାଯିବ । ପୂଜ୍ୟ ସନ୍ଥ ମାନେ ୧୫ ଜାନୁଆରୀ ରୁ ୨୭ ଫେବୃଆରୀ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ୪ ଲକ୍ଷ ଗ୍ରାମ,୧୧ କୋଟି ପରିବାର ଓ ୫୦ କୋଟି ହିନ୍ଦୁଙ୍କୁ ସମ୍ପର୍କ କରାଯିବାର ଯୋଜନା କରାଯାଇଥିଲା । କିନ୍ତୁ ସହ ସହ ରାମ ଭକ୍ତ ମାନଙ୍କର ଭଲ ପାଇବାକୁ ଦେଖି ଏହାକୁ ସମ୍ପ୍ରସାରଣ କରାଯାଇଥିଲା । ଏହି ଅଭିଯାନରେ ୫୨୩୩୯୫ ଗ୍ରାମ,୧୩ କୋଟି ପରିବାର ଓ ୯୫ କୋଟି ହିନ୍ଦୁ ମାନଙ୍କର ମନ୍ଦିର ନିର୍ମାଣରେ ସହଯୋଗ ରହିବ । ସମାଜର ସମସ୍ତ ବର୍ଗର ଲୋକମାନଙ୍କୁ ସମ୍ପର୍କ କରି ଏହି ପବିତ୍ର ଅଭିଯାନରେ ଯୋଡାଜିବାର ସମ୍ଭାବନା ରହିଛି । ଏହି ଅଭିଯାନରେ ଭକ୍ତ ମାନେ ନିଜ ସ୍ଵହସ୍ତରେ ସର୍ବମୋଟ ୧୦ ଟଙ୍କାରୁ ଅଧିକ ଦାନ କରିପାରିବେ । ଏହି ଅଭିଯାନ ପରେ ଓଡ଼ିଶାରେ ହିନ୍ଦୁ ଧର୍ମ ପ୍ରତି ଏକ ଅଭୂତ ସମର୍ପଣ ଭାବ ଦେଖାଯିବାର ସମ୍ଭାବନା ରହିଛି ବୋଲି ଶ୍ରୀଯୁକ୍ତ ପରିଡା ସାମ୍ବାଦିକ ସମ୍ମିଳନୀରେ କହିଥିଲେ ।

Leave A Reply

Your email address will not be published.