କୋରାପୁଟ : କୋରୋନାର ପ୍ରଭାବ କୋରାପୁଟ ଜିଲ୍ଲାରେ ବ୍ୟାପକ ରୂପେ ଅନୁଭୂତ ହେଉଥିବା ବେଳେ ନିଜ ସ୍ୱାସ୍ଥ୍ୟ ସୁରକ୍ଷାକୁ ପଛରେ ପକାଇ ଦୀର୍ଘ ନଅ ମାସ ଧରି ଜନସେବାରେ ବ୍ରତୀ ହୋଇଥିବା ୫୫ ଜଣ ଏଏନଏମ ଗତ ଡିସେମ୍ବର ୩୧ ତାରିଖରୁ ଚାକିରିରୁ ନିଲମ୍ବିତ ହୋଇଛନ୍ତି । ତେବେ ନିଲମ୍ବନ ଆଦେଶ ଆସିବା ପୂର୍ବରୁ ଅନେକବାର ସରକାରଙ୍କୁ ତାଙ୍କ ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ ନିଖିଳ ଓଡିଶା ଅଣ ନିଯୁକ୍ତି ତାଲିମ ପ୍ରାପ୍ତ ମହିଳା ସ୍ବାସ୍ଥ୍ୟକର୍ମୀ ସଂଘ ଦାବି କରିଆସିଥିଲେ ହେଁ ସରକାର ସେମାନଙ୍କ ଦାବିକୁ ଅଗ୍ରାହ୍ୟ କରି ନିଲମ୍ବନ ପତ୍ର ପ୍ରଦାନ କରିଥିବା ଯୋଗୁଁ ସଂଘ କ୍ଷୋଭ ପ୍ରକାଶ କରିଛି । ଆଜି ସଂଘର ସଦସ୍ୟ ମାନେ ପୁଣିଥରେ କମ ଦରମା ହେଉ ପଛେ ସ୍ୱାସ୍ଥ୍ୟ ବିଭାଗରେ ଯେକୌଣସି ଖାଲିଥିବା ପଦବୀରେ ସ୍ଥାୟୀ ଭାବେ ଚାକିରୀ ପ୍ରଦାନ କରିବା ନିମନ୍ତେ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଦାବିପତ୍ର ପ୍ରେରଣ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.