ଆଜିଠୁ ରାଜ୍ୟରେ ଖୋଲିଲା ସ୍କୁଲ୍, ସରକାରୀ ସ୍କୁଲ ପିଲାଙ୍କ ସଂରକ୍ଷଣ ପ୍ରସଙ୍ଗ ପାଇଁ ଗଠନ ହେଲା ଉଚ୍ଚକ୍ଷମତା ସମ୍ପନ୍ନ କମିଟି

178

ଭୁବନେଶ୍ୱର: ଦୀର୍ଘ ୯ମାସର ଛୁଟି ପରେ ଆଜିଠୁ ଖୋଲିଛି ସ୍କୁଲ୍ । ଅନ୍ଲାଇନ୍ ଛାଡି ଅଫ୍ଲାଇନ୍ରେ ପାଠ ପଢ଼ିବେ ଛାତ୍ରଛାତ୍ରୀ । ସରକାର ଜାରି କରିଥିବା ଏସ୍ଓପି ଅନୁସାରେ ସ୍କୁଲକୁ ପ୍ରସ୍ତୁତ କରାଯାଇଛି । ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ରକ୍ଷା ପାଇଁ ସ୍କୁଲ ପରିସର ସାନିଟାଇଜ୍ଠାରୁ ଆରମ୍ଭ କରି କ୍ଲାସ୍ ବସିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏହାର ସମୀକ୍ଷା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଏପଟେ ଶିକ୍ଷକ ଓ ଛାତ୍ରଛାତ୍ର ଉତ୍ସାହ ଦେଖିବାକୁ ମିଳିଛି । ଏହା ସହିତ ସ୍କୁଲରେ କିପରି ଛାତ୍ରଛାତ୍ରୀମାନେ ସମାଜିକ ଦ୍ୱରତ୍ୱ ରକ୍ଷା କରିବେ ସେଥିାଇଁ ଅଧିକ ପ୍ରଧାନ୍ୟ ଦିଆଯାଇଛି । କୋଭିଡ୍‌ କଟକଣା ମଧ୍ୟରେ ଶୁକ୍ରବାରଠାରୁ ସ୍କୁଲ ଖୋଲିଛି । କେବଳ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ ‌ଆସିଛନ୍ତି । ଏଥିଲାଗି ଉଭୟ ସରକାରୀ ଓ ଘରୋଇ ସ୍କୁଲଗୁଡ଼ିକରେ ବ୍ୟପକ ପ୍ରସ୍ତୁତି ହୋଇଛି। ଛାତ୍ରଛାତ୍ରୀ ମାସ୍କ ପରିଧାନ କରିବା ସହ ସ୍କୁଲକୁ ପ୍ରବେଶ ସମୟରେ ହାତ ସାନିଟାଇଜ୍ କରିବା ଦେଖିବାକୁ ମିଳିଛି। ଆଜି ପ୍ରଥମ ଦିନ ଥିବାରୁ ଉପସ୍ଥାନ କମ୍ ରହିଛି । ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଜାନୁଆରି ୮ରୁ ଏପ୍ରିଲ ୨୬ ତାରିଖ ପର୍ଯ୍ୟନ୍ତ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ପରୀକ୍ଷା ଦେବାକୁ ଥିବା ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଜାନୁଆରି ୮ରୁ ଏପ୍ରିଲ ୨୮ପର୍ଯ୍ୟନ୍ତ ହେବ । ଉଭୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଶନିବାର/ରବିବାରକୁ ମିଶାଇ ୧୦୦ ଦିନର ପାଠପଢ଼ା ହେବ। ଆବଶ୍ୟକସ୍ଥଳେ ଅନ୍ୟଦିନକୁ ଛୁଟି ଦିନ ଘୋଷଣା କରାଯିବ। ଶିକ୍ଷକ/ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଏକ ମାର୍ଗଦର୍ଶିକା(ଏସ୍‌ଓପି) ଜାରି ହୋଇଛି ।

ସେପଟେ ସରକାରୀ ସ୍କୁଲରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ଇଞ୍ଜିନିୟରିଂ ଏବଂ ମେଡିକାଲ ପାଠ୍ୟକ୍ରମରେ ମିଳିବ ସଂରକ୍ଷଣ । ଏନେଇ ଗତ ଡିସେମ୍ବର ୨୮ରେ କ୍ୟାବିନେଟ୍ରେ ନିଷ୍ପତ୍ତି ନିଆଯାଇଥିଲା । ଏ ନେଇ ରାଜ୍ୟ ସରକାର ଏକ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ଗଠନ କରିଛନ୍ତି । ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଏ.କେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି । ଏହି କମିଟିରେ ଥିବା ଅନ୍ୟ ସଦସ୍ୟମାନେ ହେଉଛନ୍ତି ଉକ୍ରଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି, ପୂର୍ବତନ ମୁଖ୍ୟ ତଥା ଓଡ଼ିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ, ରାଜ୍ୟ ଡିଏମ୍ଇଟି ପ୍ରଫେସର ଡାକ୍ତର ସିବିକେ ମହାନ୍ତି, ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଅଧ୍ୟକ୍ଷ ବି.ଏସ୍. ପୁନିଆ, ଆଇଏଏସ୍, ରାଜ୍ୟ ବୈଷୟିକ ଶିକ୍ଷା ଓ ତାଲିମର ନିର୍ଦ୍ଦେଶକ ଜି.ରେଘୁ, ଆଇଏଏସ୍ ଏବଂ ଆବାହକ ସଦସ୍ୟ ହେଲେ ଏସ୍ଡି ଆଣ୍ଡ୍ ଟିଇ ଡିାର୍ଟମେଣ୍ଟ୍ର ରାଜ୍ୟ ସରକାରଙ୍କ ଯୁଗ୍ମ ସଚିବ ଡକ୍ଟର ଏ. କେ.ନାୟକ ।

Leave A Reply

Your email address will not be published.