ଉଚ୍ଚସ୍ତରୀୟ କମିଟିରେ ନବୀନ

694

ବର୍ଷେବ୍ୟାପି ପାଳନ ହେବ ନେତାଜୀ ଜୟନ୍ତୀ

ଭୁବନେଶ୍ୱର: ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ପାଳନ ଅବସରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଦ୍ୱାରା ଗଠିତ ଏକ ଉଚ୍ଚସ୍ତରୀୟ କମିଟିର ସଦସ୍ୟ ଭାବରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ୍ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କମିଟିର ଅଧ୍ୟକ୍ଷ ଥିବା ବେଳେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ପୂର୍ବତନ ପ୍ରଧାନମନ୍ତ୍ରୀ, ପୂର୍ବତନ ଲୋକସଭା ବାଚସ୍ପତି ଓ ପ୍ରତିଷ୍ଠିତ ରାଜନେତା ସଦସ୍ୟ ରହିଛନ୍ତି । ଏହି ଉଚ୍ଚସ୍ତରୀୟ କମିଟି ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ନେତାଜୀଙ୍କ ବର୍ଷବ୍ୟାପୀ ଜନ୍ମୋତ୍ସବ ପାଳନକୁ ତଦାରଖ କରିବ । ଏହି କମିଟିରେ ନବୀନଙ୍କ ସମେତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଇଫୁରି ରିଓ, ମଣିପୁର ମୁଖ୍ୟମନ୍ତ୍ରୀ ଏନ୍.ବିରେନ୍ ସିଂହ, ମିଜୋରାମ୍ ମୁଖ୍ୟମନ୍ତ୍ରୀ, ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ, ମେଘାଳୟ ମୁଖ୍ୟମନ୍ତ୍ରୀ କୋନର୍ଡ କୋଙ୍ଗାକଲ୍ ସାଙ୍ଗମା ପ୍ରମୁଖ ସଦସ୍ୟ ଭାବେ ସାମିଲ୍ ହୋଇଥିବା ସୂଚନା ରହିଛି । ଏମାନଙ୍କ ବ୍ୟତୀତ ଗୃହ ବ୍ୟପାର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡି. ଦେବଗୌଡ଼ା, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଲୋକସଭା ବାଚସ୍ପତି ଓମ୍ ର୍ବିଲା,ରାଜ୍ୟସଭାର ଡେପୁଟି ଚେୟାରମ୍ୟାନ୍ ହର୍ଷବର୍ଦ୍ଧନ ପ୍ରମୁଖ କମିଟିରେ ରହିଛନ୍ତି ।

Leave A Reply

Your email address will not be published.