କୋଭିଡ-୧୯ ଟୀକକରଣ ପାଇଁ ଦେଶବ୍ୟାପୀ ପ୍ରସ୍ତୁତି

147

-କୋ-ୱିନ ପରିଚାଳନା ସଂକ୍ରାନ୍ତରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା

-ବିଶ୍ୱର ସର୍ବବୃହତ ଟୀକାକରଣ ଅଭିଯାନ ପାଇଁ ଦୃଢ ମୂଳଦୂଆ ଓ ସହାୟକ ବ୍ୟବସ୍ଥା ପ୍ରଦାନ କରିବା ଲାଗି ଉନ୍ନତ ଜ୍ଞାନକୌଶଳ

ନୂଆଦିଲ୍ଲୀ: ସମଗ୍ର ଦେଶରେ କୋଭିଡ-୧୯ ଟୀକାକରଣ ଲାଗି କେନ୍ଦ୍ର ସରକାର ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଓ ଅନ୍ୟାନ୍ୟ ସହଯୋଗୀମାନଙ୍କ ସହାୟତାରେ ସକାରାତ୍ମକ ଭାବେ ଅଭ୍ୟାସ ଚଳାଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ବିଭିନ୍ନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସକମାନଙ୍କ ସହିତ ଟୀକାକରଣ କାର୍ଯ୍ୟକ୍ରମର ମୁଖ୍ୟ ଆଧାର କୁହାଯାଉଥିବା କୋ-ୱିନ୍‍ ସଫ୍ଟୱେର ଉପରେ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରାଯାଇଛି ।

ବୈଠକରେ କୋଭିଡ-୧୯ ଟୀକାକରଣ ପ୍ରଶାସନର ଜାତୀୟ ବିଶେଷଜ୍ଞ ଗୋଷ୍ଠୀର ସଦସ୍ୟ ତଥା କୋଭିଡ-୧୯ ଜ୍ଞାନକୌଶଳ ଓ ଡାଟା ପରିଚାଳନା ପାଇଁ ଥିବା କ୍ଷମତାପନ୍ନ ଗୋଷ୍ଠୀର ଅଧ୍ୟକ୍ଷ ଶ୍ରୀ ରାମ ସେବକ ଶର୍ମା ଅଧ୍ୟକ୍ଷତା କରିଥିବାବେଳେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଏବଂ ରାଜ୍ୟ ଟୀକାକରଣ ଅଧିକାରୀ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ କୋ-ୱିନ ସଫ୍ଟୱେର ଓ ଏହାର କାର୍ଯ୍ୟ, ଡ୍ରାଏ ରନ୍ରୁଥ ମିଳିଥିବା ନିଷ୍କର୍ସ ଆଦି ଉପରେ ମତାମତ ଲୋଡାଯିବା ସହିତ ବିସ୍ତୃତ ଆଲୋଚନା ହୋଇଥିଲା ।

ଶ୍ରୀ ଆର.ଏସ୍‍.ଶର୍ମା କୋ-ୱିନ ସଫ୍ଟୱେର ଏବଂ ଟୀକାଦାନ ପ୍ରସ୍ତୁତି ପାଇଁ ଜ୍ଞାନକୌଶଳ ପ୍ରୟୋଗର ନୀତି ନିୟମ ଉପରେ ବିସ୍ତୃତ ଭାବେ ସୂଚନା ପ୍ରଦାନ କରିଥିଲେ। ସେ କହିଥିଲେ ଯେ ଦୃଢତା, ନିର୍ଭରଶୀଳତା ଏବଂ କ୍ଷୀପ୍ର ଜ୍ଞାନକୌଶଳ କୋଭିଡ-୧୯ ଟୀକାଦାନକୁ ମୂଳଦୂଆ ଓ ସହାୟତା ଯୋଗାଇବ ଯାହାକି ବିଶ୍ୱର ସର୍ବବୃହତ ଟୀକାକରଣ ଅଭ୍ୟାସ। ଏହା ଏକ ଅଭୂତପୂର୍ବ ଟୀକାକରଣ କାର୍ଯ୍ୟକ୍ରମ ବୋଲି ସେ ଦର୍ଶାଇଥିଲେ। ଅଂଶଗ୍ରହଣକାରୀଙ୍କୁ ସମ୍ବୋଧନ କରି ସେ କହିଥିଲେ ଯେ ପ୍ରକ୍ରିୟା ନିଶ୍ଚିତ ଭାବେ ନାଗରିକ କୈନ୍ଦ୍ରିକ ହେବା ଉଚିତ୍‍ ଯାହା ଫଳରେ ଯେକୌଣସି ସମୟରେ ଯେକୌଣସି ସ୍ଥାନରେ ଟୀକା ଉପଲବ୍ଧ ହୋଇପାରିବ । ସେ ଗୁରୁତ୍ୱ ଦେଇ କହିଥିଲେ ଯେ ଗୁଣବତ୍ତା ଉପରେ କୌଣସି ବୁଝାମଣା ନକରି ଏହା ନମନୀୟ ହେବା ଆବଶ୍ୟକ । ସେ ଆହୁରି କହିଥିଲେ ଯେ ଏଭଳି ଅନନ୍ୟ ଡିଜଟାଲ ଫ୍ଲାଟଫର୍ମ ଡିଜାଇନ୍‍ ସମୟରେ ବ୍ୟାପକତା, ବେଗ ଓ ମାପନୀୟତାକୁ ଦୃଷ୍ଟିରେ ରଖାଯିବା ସହିତ ଏହାକୁ ଛୋଟ ଏବଂ ଅତ୍ୟଧିକ ଅନାବଶ୍ୟକ ନିର୍ଭରଶୀଳତା ବିନା ସମକାଳୀନ ଭାବେ ପ୍ରସ୍ତୁତ କରାଯାଇଛି।
କେତେକ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ପୋର୍ଟାଲରେ ଡାଟା ପୋଷ୍ଟିଂ ଅଫ୍ଲାାଇନ୍‍ କିମ୍ବା ଅନ୍ଲା ଇନରେ ହେବ ବୋଲି ସେ ଉଲ୍ଲେଖ କରିଥିଲେ । ଟୀକାକରଣର ବାସ୍ତବ ସମୟର ଜଟିଳ ଗୁରତ୍ୱପୂର୍ଣ୍ଣ ରେକର୍ଡିଂ; ଯାହାକି ଆଦୌ ବୁଝାମଣା ଯୋଗ୍ୟ ନୁହେଁ ବୋଲି କହିଥିଲେ ।

ସେ ଆହୁରି ମଧ୍ୟ ଦର୍ଶାଇଥିଲେ ଯେ ଜଣେ ଅଭ୍ୟାସ ସମୟରେ ନିଶ୍ଚିତ କରିବ ଯେ ଟୀକାଦାନ ପାଇଁ କୌଣସି ସ୍ଥିତିରେ ପ୍ରତିନିଧି ରହିପାରିବେ ନାହିଁ; ହିତାଧିକାରୀ ନିର୍ଦ୍ଦିଷ୍ଟ ଏବଂ ନିଶ୍ଚିତଭାବେ ଚିହ୍ନଟ ହେବା ଜରୁରୀ ବୋଲି ସେ ଦୋହରାଇଥିଲେ। ଆଧାର ପ୍ଲାଟଫର୍ମ ବ୍ୟବହାର ସଂକ୍ରାନ୍ତରେ ପରାମର୍ଶ ଦେଇ ରାଜ୍ୟଗୁଡିକୁ କହିଥିଲେ ଯେ ସେମାନେ ପଞ୍ଜୀକରଣ ସମୟରେ ଆଧାର ସହିତ ବର୍ତ୍ତମାନର ମୋବାଇଲ୍‍ ନମ୍ବର ଦାଖଲ କରିବେ ଏବଂ ଏସ୍ଏରମ୍ଏବସ୍‍ ଜରିଆରେ ସୂଚନା ପଠାଇବେ । ଆଧାର ପ୍ରାମାଣୀକରଣ ପାଇଁ କୌଣସି ପ୍ରତିନିଧି ରହିବେନାହିଁ । ସେ ଦର୍ଶାଇଥିଲେ ଯେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଟୀକା ନେବାକୁ ଥିବା ଲୋକକୁ ଚିହ୍ନଟ କରିବା ସହିତ ସେ କେତେବେଳେ, କେଉଁଠାରେ ଓ କାହାଦ୍ୱାରା ଟୀକା ନେଉଛି ତାହାର ଡିଜିଟାଲ ରେକର୍ଡ ସଂଗ୍ରହ କରିବା । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସେ ଆହୁରି ପରାମର୍ଶ ଦେଇ କହିଛନ୍ତି ଯେ ତଥ୍ୟ ସଂଗ୍ରହ କାର୍ଯ୍ୟ ଉଦ୍ଦେଶ୍ୟ ସାଧିତ କରିବା ସହିତ କ୍ଷେତ୍ର ସ୍ତରରେ ଏହାକୁ ବୈଧ କରାଯିବା ଆବଶ୍ୟକ ।

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହିତ ଅଭିଜ୍ଞତା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ସଫ୍ଟୱେର ପ୍ରୋଟୋକଲ ପରିବର୍ତ୍ତନ ଉପରେ ସେମାନଙ୍କର ମତାମତ ଓ ପରାମର୍ଶକୁ ବିଚାରକୁ ନିଆଯାଇଥିଲା । ଏଥି ମଧ୍ୟରେ ଅଧିବେଶନ ଆବଣ୍ଟନ/ଯୋଜନା/ସମୟ ଧାର୍ଯ୍ୟ, କାର୍ଯ୍ୟ ଆବଣ୍ଟନ, ଟୀକାକରଣର ଆବଣ୍ଟନ, ଟୀକାକରଣକାରୀ ଓ ହିତାଧିକାରୀଙ୍କୁ ଏସ୍ଏଯମ୍ଏଲସ୍‍ ପଠାଇବା ଏବଂ ସଂଯୋଗ ସମସ୍ୟା ଆଦି ପ୍ରସଙ୍ଗ ରହିଥିଲା।

Leave A Reply

Your email address will not be published.