ଆଇନ ପ୍ରତ୍ୟାହାର କରିବ ନା ଖଣ୍ଡପୀଠ ନେବେ ପଦକ୍ଷେପ

162

କୃଷି ଆଇନ ନେଇ କେନ୍ଦ୍ରକୁ ସୁପ୍ରିମ୍କୋର୍ଟଙ୍କ ଶକ୍ତ ଚାପୁଡ଼ା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଲାଗୁ କରିଥିବା ୩ଟି ଯାକ କୃଷି ଆଇନର କାର୍ଯ୍ୟକାରିତା ଉପରେ ରୋକ୍ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ । କୃଷି ଆନ୍ଦୋଳନ ସହ ଜଡ଼ିତ ସମସ୍ତ ପିଟିସନ୍ ଉପରେ ସୋମବାର ସୁପ୍ରିମ୍କୋର୍ଟରେ ଶୁଣାଣି ସମୟରେ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି । ଯଦି ଆପଣଙ୍କଠାରେ ବୁଝିବା କ୍ଷମତା ରହିଛି, ତେବେ ଆପଣ ଏହି ଆଇନଗୁଡ଼ିକୁ କାର୍ଯ୍ୟକାରୀ ନ କରନ୍ତୁ ବୋଲି ପ୍ରଧାନ ବି·ରପତି ଏସ.ଏ. ବୋବଡେ ସରକାରଙ୍କୁ କହିଛନ୍ତି । ମାମଲାର ଶୁଣାଣି କରୁଥିବା ଖଣ୍ଡପୀଠରେ ପ୍ରଧାନ ବି·ରପତିଙ୍କ ସମେତ ବି·ରପତି ଏସ.ଏସ.ବୋପାନ୍ନା ଏବଂ ଜଷ୍ଟିସ ଭି.ସୁବ୍ରମଣ୍ୟମ୍ ସାମିଲ ଥିଲେ । ଖଣ୍ଡପୀଠ ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କୁ କହିଛନ୍ତି, ଆପଣ ଏହି ଆଇନଗୁଡ଼ିକ ଉପରେ ରୋକ ଲଗାନ୍ତୁ, ନଚେତ ଆମେ ରୋକ ଲଗାଇବୁ । ତେବେ ପିଟିସନ ଦାଖଲ କରିଥିବା ଓକିଲ କେବଳ ଆଇନର ବିବାଦୀୟ ଅଂଶ ଉପରେ ରୋକ୍ ଲଗାଇବାକୁ କହିଥିଲେ । କିନ୍ତୁ କୋର୍ଟ କହିଥିଲେ ଯେ, ନା ଆମେ ପୁରା ଆଇନ ଉପରେ ରୋକ ଲଗାଇବୁ । କୋର୍ଟ ଆହୁରି କହିଥିଲେ ଯେ, କୃଷି ଆଇନକୁ ନେଇ ସରକାର ଏବଂ କୃଷକଙ୍କ ମଧ୍ୟରେ ଯେଉଁପରି ଆଲୋଚନା ·ଲିଛି ତାହାକୁ ନେଇ ଆମେ ବହୁତ ନିରାଶ ।

ଦେଶବାସୀ ଆଇନ ବିରୋଧରେ ବିଦ୍ରୋହ କରୁଛନ୍ତି । ଆମେ ବର୍ତ୍ତମାନ ଏହି ଆଇନଗୁଡ଼ିକୁ ନିରସ୍ତ୍ର କରିବା କଥା କହୁନାହୁଁ, ଏହା ଅତ୍ୟନ୍ତ ସମ୍ବେଦନଶୀଳ ସ୍ଥିତି । ଆମେ ଜାଣିନୁ ଯେ ଆପଣ ସମାଧାନର ଅଂଶ ନା ସମସ୍ୟାର ଅଂଶ । ଆମେ କମିଟି ଗଠନ କରିବାକୁ ଯାଉଛୁ, ଯଦି କାହାର କିଛି ଆପତ୍ତି ଅଛି ସେ କହିପାରିବେ । ସମସ୍ତ ଆଦେଶ ଗୋଟିଏ ଶୁଣାଣି ସମୟରେ ଦିଆଯାଇ ପାରିବ ନାହିଁ । ସରକାର ଏହାକୁ ଉଚିତ ଢଙ୍ଗରେ ସମ୍ଭାଳି ନାହାନ୍ତି, ଆମକୁ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହେବ । ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ ଯେ, ଆମ ପାଖରେ ଏମିତି ଗୋଟିଏ ହେଲେ ପିଟିସନ ନାହିଁ ଯେଉଁଥିରେ କୃଷି ଆଇନ କୃଷକଙ୍କ ହିତରେ ହୋଇଛି ବୋଲି କୁହାଯାଇଛି । ଏହା ସହିତ କୋର୍ଟ ଟିପ୍ପଣୀ କରି କହିଛନ୍ତି କୃଷକମାନେ ନାଗରିକଙ୍କ ପାଇଁ ରାସ୍ତା ଛାଡ଼ିବେ କି ? ଆମେ ସମାଧାନର ରାସ୍ତା ବାହାର କରିବାକୁ ଚାହୁଁଛୁ । କେନ୍ଦ୍ର ସରକାର ସବୁ ଦାୟିତ୍ୱ ନେବା ଉଚିତ । କେନ୍ଦ୍ର ସରକାର ଆଇନ ଆଣୁଛନ୍ତି ଏବଂ ଏହାକୁ ଭଲ ଭାବେ କରିପାରିଥାନ୍ତେ । କିଛି ତ୍ରୁଟି ହୋଇଗଲେ ସେସବୁ ପାଇଁ ଦାୟୀ ଆମେ ହେବୁ । ଆମେ ଚାହୁଁନାହୁଁ ଆମ ହାତ କାହା ରକ୍ତରେ ରଞ୍ଜିତ ହେଉ ।

କୋର୍ଟ କୃଷକଙ୍କୁ କହିଥିଲେ ଯେ, ଆମେ ଆଇନ ଉପରେ ରୋକ୍ ଲଗାଇପାରିବୁ ଏବଂ ଆପଣ ଆପଣଙ୍କ ଆନ୍ଦୋଳନ ଜାରି ରଖିପାରିବେ । ଆପଣ ବିଶ୍ୱାସ କରନ୍ତୁ କି ନ କରନ୍ତୁ, କିନ୍ତୁ ଆମେ ଦେଶର ସୁପ୍ରିମ୍କୋର୍ଟ ଏବଂ ଆମେ ନିଜ କର୍ତ୍ତବ୍ୟ କରିବୁ । ତେବେ ସରକାରଙ୍କ ଓକିଲ ତଥା ଆଟର୍ଣ୍ଣି ଜେନେରାଲ କେ.କେ.ବେଣୁଗୋପାଳ କହିଥିଲେ, ଅଦାଲତଙ୍କର ଇତିହାସ ରହିଛି ଯେ, ସେ ଆଇନ ଉପରେ ରୋକ ଲଗାଇ ପାରିବେ ନାହିଁ । କୋର୍ଟ ସେପର୍ଯ୍ୟନ୍ତ ସଂସଦର ଆଇନ ଉପରେ ରୋକ ଲଗାଇପାରିବେ ନାହିଁ ଯେପର୍ଯ୍ୟନ୍ତ ଆଇନ ସଂସଦର କ୍ଷମତା ବିନା ପାରିତ ହୋଇଛି ଏବଂ ତାହା ମୌଳିକ ଅଧିକାରର ଉଲ୍ଲଂଘନ ନ କରୁଛି । ଏହା ଉପରେ ଜବାବ ଦେଇ ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ ଯେ, ଆମେ ଆଇନ ଉପରେ ରୋକ ଲଗାଉ ନାହୁଁ । କିନ୍ତୁ ଆଇନର କାର୍ଯ୍ୟକାରିତା ଉପରେ ରୋକ୍ ଲଗାଉଛୁ । କୋର୍ଟ ଆଇନର କେଉଁ ଅଂଶର କାର୍ଯ୍ୟକାରିତା ଉପରେ ରୋକ୍ ଲଗାଇବେ ବୋଲି ଆଟର୍ଣ୍ଣି ଜେନେରାଲ ପ୍ରଶ୍ନ କରିବାରୁ କୋର୍ଟ କହିଥିଲେ ତାହା ଆମେ ଦୋହରାଇବାକୁ ଚାହୁଁ ନାହୁଁ । କିନ୍ତୁ କୋର୍ଟ ଆଇନ ଉପରେ ରୋକ ଲଗାଉନାହାନ୍ତି ।

ଆନ୍ଦୋଳନରତ ବୟସ୍କ ଚାଷୀଙ୍କୁ ଫେରିଯିବାକୁ ଅନୁରୋଧ କଲେ ସିଜେଆଇ

କେନ୍ଦ୍ର ସରକାର ଆଣିଥିବା ୩ଟି ଯାକ କୃଷି ଆଇନକୁ ବିରୋଧ କରି ନଭେମ୍ବର ୨୬ରୁ ହଜାର ହଜାର ଚାଷୀ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଛନ୍ତି । ଆଜି ସୁପ୍ରିମ୍କୋର୍ଟ କୃଷି ଆଇନ ସମ୍ପର୍କିତ ଆବେଦନର ଶୁଣାଣି କରି ବିଶେଷଜ୍ଞ କମିଟି ଗଠନ କରିବାକୁ କହିଛନ୍ତି । ତେବେ ଦୀର୍ଘ ଦିନ ହେଲା ଚାଷୀମାନେ ଥଣ୍ଡା କାକରରେ ବସି ରହିଥିବାରୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ତୀବ୍ର ଭର୍ତ୍ସନା କରିଛନ୍ତି । ପ୍ରଧାନ ବି·ରପତି ଜଷ୍ଟିସ୍ ଏସ.ଏ.ବୋବଡେ ଆବେଦନର ଶୁଣାଣି କରିବା ବେଳେ ବହୁତ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି, ଚାଷୀଙ୍କ ସହ ମିଶି ଆନ୍ଦୋଳନ କରୁଥିବା ବୟସ୍କ ବ୍ୟକ୍ତି, ଛୋଟ ପିଲା ଓ ମହିଳାମାନେ ତୁରନ୍ତ ନିଜ ନିଜ ଘରକୁ ଫେରି ଯାଆନ୍ତୁ । କେନ୍ଦ୍ର ସରକାର ମଧ୍ୟ ଏହା ଉପରେ ଜବାବ ଦାଖଲ କରନ୍ତୁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.