ଗଞ୍ଜାମ: ଭଞ୍ଜନଗର ବାଉଁଶ ଲୁଣ୍ଡି ବାଇପାସ ନିକଟରେ ଆଜି ଜଣେ ଅଜଣା ବୟସ୍କ ବ୍ୟକ୍ତିଙ୍କର ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲକୁ ପଠାଇଛି ।
ସୂଚନା ମୁତାବକ, ଗତ କିଛି ଦିନ ହେବ ଉକ୍ତ ବୃଦ୍ଧ ଜଣକ ନିକଟସ୍ଥ ଏକ ଦୋକାନରେ କାମ କରି ଚଳୁଥିଲେ । ହେଲେ ଦୀର୍ଘଦିନ ହେବ ତାଙ୍କ ଶରୀର ଭୀଷଣ ଅସୁସ୍ଥ ଥିବାରୁ ସେହି କାରଣରେ ତାଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି । ମୃତକଙ୍କ ସମ୍ପର୍କରେ କୌଣସି ସଠିକ୍ ସୂଚନା ମିଳିପାରିନାହିଁ ।
Sign in
Sign in
Recover your password.
A password will be e-mailed to you.