ମକର ସଂକ୍ରାନ୍ତିରେ ଗଙ୍ଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ
ନୂଆଦିଲ୍ଲୀ: ମକର ସଂକ୍ରାନ୍ତିରେ ଆଜି ଭୋରରୁ ଲକ୍ଷାଧିକ ଶ୍ରଦ୍ଧାଳୁ ପବିତ୍ର ଗଙ୍ଗାନଦୀରେ ବୁଡ଼ ପକାଇଛନ୍ତି । ଗଙ୍ଗାନଦୀର ବାରାଣସୀ ଓ ପ୍ରୟାଗରାଜ ଘାଟରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବା ଜଣା ପଡିଛି । ଆଜି ଗଙ୍ଗାରେ ବୁଡ଼ ପକାଇଲେ ଅପାର ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ପୁରାଣରେ ବର୍ଣିତ ଅଛି ।