ଆମେରିକାରେ କରୋନା ଆତଙ୍କ ଜାରି : ଦିନକରେ ଆଖିବୁଜିଲେ ୪୫୦୦ ଆକ୍ରାନ୍ତ

176

ୱାଶିଂଟନ: ସାରା ବିଶ୍ୱରେ କରୋନା ମହାମାରୀର ଆତଙ୍କ ଜାରି ରହିଛି । ଗୋଟିଏ ଦିନରେ ଆମେରିକାରେ କରୋନାରେ ୪୫୦୦ ଲୋକଙ୍କର ମୃତ୍ୟୁ ଘଟିଛି । ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୯କୋଟି ୨୦ଲକ୍ଷରୁ ଅଧିକ କରୋନା ସଂକ୍ରମିତ ହୋଇଛନ୍ତି । ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯ଲକ୍ଷ ୭୦ହଜାରରୁ ଅଧିକ ରହିଛି । ଆମେରିକାରେ ମୃତ୍ୟୁ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି । ମଙ୍ଗଳବାର ଆମେରିକାରେ ଏକ ଦିନରେ ରେକର୍ଡ ସଂଖ୍ୟକ ୪୫୦୦ ଲୋକଙ୍କର ମୃତ୍ୟୁ ଘଟିଛି । ଆମେରିକାରେ କୋଭିଡ ଟିକାକରଣ ଅଭିଯାନ ସତ୍ତେ୍ୱ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ମଙ୍ଗଳବାର ଦିନ କରୋନା ଯୋଗୁଁ ଆମେରିକାରେ ୪୫୦୦ ଲୋକଙ୍କ ମୃତ୍ୟୁ ଘଟିଛି । ମହାମାରୀ ଆରମ୍ଭ ହେବା ପରଠାରୁ ଆମେରିକାରେ ଗୋଟିଏ ଦିନରେ ଏହା ସର୍ବାଧିକ ମୃତ୍ୟୁ । ଏହାସହ ଆମେରିକାରେ ମୃତ୍ୟୁ ସଂଖ୍ୟା ୩,୮୯,୫୯୯କୁ ବୃଦ୍ଧି ପାଇଛି । ଏଥିସହ କରୋନାରେ ୨,୨୨,୧୨୧ ନୂତନ ସଂକ୍ରମଣ ରେକର୍ଡ କରାଯାଇଥିଲା ଏବଂ ଆମେରିକାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨,୩୩,୬୮,୨୨୫ରେ ପହଞ୍ଚିଛି । ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର ଅନୁଯାୟୀ କୋଭିଡ୍ ଟିକାର ପ୍ରଥମ ମାତ୍ରା ବର୍ତ୍ତମାନ ସୁଦ୍ଧା ୯୦ଲକ୍ଷରୁ ଅଧିକ ଲୋକଙ୍କୁ ଦିଆଯାଇଛି ।

Leave A Reply

Your email address will not be published.