ଦେଶୀ ମଦ ଭାଟି ଠାବ : ଶାଶୁ ଓ ଇଞ୍ଜିନିୟର୍ ବୋହୂ ଗିରଫ : ୧ ହଜାର ଲିଟର ଦେଶୀ ମଦ ଓ ୧ ଲକ୍ଷ ଟଙ୍କା, ମଦ ପ୍ରସ୍ତୁତି ସାମଗ୍ରୀ ଜବତ

151

ଭଦ୍ରକ: ଭଦ୍ରକ ଗ୍ରାମାଚଂଳ ଥାନା ଘୁଷୁରୀପୋଖରୀ ଗାଁରେ ଏକ ମଦ ଭାଟିକୁ ଠାବ କରିଛି ପୋଲିସ । ଦେଶୀ ମଦ ଭାଟି ଠାବ କରିବା ସହ ଘଟଣାରେ ଶାଶୁ ଓ ବୋହୂଙ୍କୁ ଗିରଫ କରିଛି ପୋଲିସ । ଗିରଫ ବୋହୂ ଜଣେ ସିଭିଲ୍ ଇଞ୍ଜିନିୟର୍ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ୧ ହଜାର ଲିଟର ଦେଶୀ ମଦ ଓ ୧ ଲକ୍ଷ ଟଙ୍କା ଜବତ କରିଛି ପୋଲିସ । ମଦ ପ୍ରସ୍ତୁତି ସାମଗ୍ରୀ ଓ କାର୍ ଓ ବାଇକ୍ କୁ ମଧ୍ୟ ଜବତ କରିଛି ପୋଲିସ । ଏହି ମଦ କାରବାରରେ ଆଉ କାହାରି ସମ୍ପୃକ୍ତି ରହିଛି ପୋଲିସ ପକ୍ଷରୁ ସେନେଇ ଅଧିକ ତଦନ୍ତ ଜାରୀ ରହିଛି ।

Leave A Reply

Your email address will not be published.