କଟକରୁ ବିପୁଳ ପରିମାଣର ନକଲି ପାନମସଲା ଓ ଗୁଟଖା ଜବତ

158

କଟକ: ନକଲି ସାମଗ୍ରୀ ପ୍ରସ୍ତୁତିର ପେଣ୍ଠସ୍ଥଳ ପାଲଟିଥିବା କଟକରୁ ପୁଣି ବିପୁଳ ପରିମାଣର ନକଲି ପାନମସଲା ଓ ଗୁଟଖା ଜବତ କରିଛି କମିଶନରେଟ ପୋଲିସ । ସଶୋଳ ଗ୍ରାମରୁ ୧୨ କ୍ୱିଂଟାଲରୁ ଉର୍ଦ୍ଧ୍ୱ ଗୁଣ୍ଡି ଜବତ ହୋଇଛି । ଘଟଣାରେ ଜଣକୁ ଅଟକ ରଖି ପଚରା ଉଚୁରା ଚଳାଇଛି ପୋଲିସ ।

କୌଣସି ସୂତ୍ରରୁ ଖବର ପାଇ ୪ଟି ଗୋଦାମରେ ସଦର ଥାନା ପୋଲିସ ପକ୍ଷରୁ ଚଢ଼ଉ କରାଯାଇଥିଲା । କୁଣ୍ଡା, କରତଗୁଣ୍ଡ ଓ ଅନ୍ୟାନ୍ୟ କେମିକାଲ ମିଶାଇ ନକଲି ପାନମସଲା ଓ ଗୁଟଖା ପ୍ରସ୍ତୁତି ହେଉଥିଲା । ଚଢ଼ଉ ବେଳେ ପାନମସଲା ଓ ଗୁଟଖା ପ୍ରସ୍ତୁତି ପାଇଁ ବ୍ୟବହୃତ ସାମଗ୍ରୀକୁ ଜବତ କରିଛି ପୋଲିସ ।

Leave A Reply

Your email address will not be published.