ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ଫାଇଭ ଟି ସଚିବ

130

ଭୂବନେଶ୍ୱର: ଫାଇଭ ଟି ସଚିବ ଭିକେ ପାଣ୍ଡିଆନଙ୍କ ରବିବାର ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍କୁଲ ପରିଦର୍ଶନ କରିଛନ୍ତି । ସଣ୍ଡେ କ୍ଲାସ ପୂର୍ବରୁ ସେ ସ୍କୁଲ ଗୁଡିକର ଭିତ୍ତିଭୂମିର ତଦାରଖ କରିବା ସହ ମୋ ସ୍କୁଲ କାର୍ଯ୍ୟକ୍ରମ କିପରି ଚାଲିଛି ଓ ଏହାକି କିପରି ଭଲ କରାଯାଇ ପାରେ ସେ ନେଇ ଆଲୋଚନା କରିଛନ୍ତି ।

ଶ୍ରୀ ପାଣ୍ଡିଆନ ରବିବାର କ୍ୟାପିଟାଲ ହାଇସ୍କୁଲ, ୟୁନିଟ୍‌-୬, ୟୁନିଟ୍‌-୧, ଆଇଆରସି ଭିଲେଜ୍ ଓ ୟୁନିଟ୍‌-୯ ବାଳିକା ହାଇସ୍କୁଲ ବୁଲି ବିଭିନ୍ନ ବିକାଶମୂଳକ କାମର ତଦାରଖ କରିଛନ୍ତି । ଏହି ଗସ୍ତ ସମୟରେ ସଚିବଙ୍କ ସହ ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ଉପସ୍ଥିତ ଥିଲେ ।

ସଚିବ ଭି.କେ. ପାଣ୍ଡିଆନ ‘ମୋ ସ୍କୁଲ’ କାର୍ଯ୍ୟକ୍ରମର ଅନୁଧ୍ୟାନ କରିଛନ୍ତି । ‘ମୋ ସ୍କୁଲ’ କାର୍ଯ୍ୟକ୍ରମରେ କେତେକ ବିଦ୍ୟାଳୟ ଭଲ ପ୍ରଦର୍ଶନ କରିଛନ୍ତି । ପାଣ୍ଡିଆନ ସ୍ମାର୍ଟ କ୍ଲାସ୍‌ରୁମ୍‌, ସାଇନ୍ସ ଲ୍ୟାବ୍‌, ଲାଇବ୍ରେରୀ, କ୍ରୀଡ଼ା ସୁବିଧା ଓ କଣ କଲେ ଦଶମ ରେଜଲ୍ଟରେ ଉନ୍ନତି ଆସିପାରିବ ବୋଲି ଶିକ୍ଷକ ଓ ଏସଏମସି ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି ।

Leave A Reply

Your email address will not be published.