କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୫,୧୪୪ ନୂଆ ମାମଲା

697

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଂଟା ମଧ୍ୟରେ ୧୫,୧୪୪ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୧୮୧ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୫,୫୭,୯୮୫ ପହଂଚିଛି । ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨,୦୮,୮୨୬ ଥିବା ବେଳେ ବର୍ତମାନ ସୁଦ୍ଧା ୧,୫୨,୨୭୪ଜଣ ମୃତ୍ୟୁ ବରଣ କରିଛନ୍ତି । ଦେଶରେ ଗତ ୨୪ଘଂଟା ମଧ୍ୟରେ କୋବିଡ ପାଇଁ ୭,୭୯,୩୭୭ ନମୂନାର ପରୀକ୍ଷଣ କରାଯାଇଛି । ଏହା ସହିତ ଦେଶରେ ବର୍ତମାନ ସୁଦ୍ଧା ୧୮,୬୫,୪୪,୮୬୮ ନମୂନାର ପରୀକ୍ଷଣ କରା ଯାଇଥିବା ଆଇସିଏମଆର ପକ୍ଷରୁ ସୂଚନା ଦିଆ ଯାଇଛିା

Leave A Reply

Your email address will not be published.