ବିଶ୍ୱବ୍ୟାପୀ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ସାଢ଼େ ୯ କୋଟି ଅତିକ୍ରମ କଲା
ନୂଆଦିଲ୍ଲୀ: କରୋନାରେ ସଂକ୍ରମିତଙ୍କ ସଂଖ୍ୟା ସାଢ଼େ ୯ କୋଟି ଅତିକ୍ରମ କରିଥିବା ଜଣା ପଡିଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ବିଶ୍ୱବ୍ୟାପୀ ବଢି ୯ କୋଟି ୫୪ ଲକ୍ଷ ୫୧ ହଜାର ୮୦୪ରେ ପହଂଚିିଥିବା ବେଳେ ୨୦ ଲକ୍ଷ ୩୮ ହଜାର ୮୮୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୬ କୋଟି ୮୧ ଲକ୍ଷ ୪୭ ହଜାର ୨୨୭ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୫୨ ଲକ୍ଷ ୬୫ ହଜାର ୬୯୫ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୧ ଲକ୍ଷ ୧୩ ହଜାର ୨୧୭ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।