ଷ୍ଟାଚ୍ୟୁ ଅଫ ୟୁନିଟକୁ ସିଧା ସଂଯୋଗ କରୁଥିବା ୮ଟି ଟ୍ରେନ ଚଳାଚଳର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

172

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ବିଭିନ୍ନ ସ୍ଥାନରୁ ଷ୍ଟାଚ୍ୟୁ ଅଫ ୟୁନିଟ ସ୍ଥଳ ଗୁଜରାଟର କେୱାଡିଆକୁ ସିଧାସଳଖ ସଂଯୋଗ କରୁଥିବା ୮ଟି ଟ୍ରେନ ଚଳାଚଳର ଶୁଭାରମ୍ଭ କରିଛନ୍ତି । ଭିଡିଓ କନ ଫରେନ୍ସିଂ ବ୍ୟବସ୍ଥାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମଧ୍ୟ ଗୁଜରାଟରେ କେତେକ ନୂଆ ରେଳପ୍ରକଳ୍ପ ଉଦ ଘାଟିତ ହୋଇଛି । ଏହିସବୁ ପ୍ରକଳ୍ପଗୁଡିକ ହେଲା ଗେଜ ପରିବର୍ତ୍ତନ ହୋଇଥିବା ଚାନ୍ଦୋଡ ଲାଇନ, ଚାନ୍ଦୋଡ-କେୱାଡିଆ ନୂଆ ବ୍ରଡଗଜ ଲାଇନ, ବିଦ୍ୟୁତ କରଣ ହୋଇଥିବା ପ୍ରତାପନଗର କେୱାଡିଆ ସେକ ସନ ଏବଂ ଡାଭୋଇ, ଚାନ୍ଦୋଡ ଓ କେୱାଡିଆର ନୂଆ ରେଳଷ୍ଟେସନ । ଏହି କାର୍ଯ୍ୟକ୍ରମରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ରେଳବାଇ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଥିଲେ ଯେ ବୋଧହୁଏ ଇତିହାସରେ ପ୍ରଥମଥର ପାଇଁ ଦେଶର ବିଭିନ୍ନ ପ୍ରାନ୍ତରରୁ ନୂଆ ଟ୍ରେନ ଚଳାଚଳର ଶୁଭାରମ୍ଭ ସେହି ସ୍ଥାନରୁ ନ ହୋଇ ଦେଶର ଅନ୍ୟ ପ୍ରାନ୍ତରୁ କରାଯାଇଛି । କେୱାଡିଆକୁ ଦେଶର ବିଭିନ୍ନ ଅଂଚଳରୁ ସିଧାସଳଖ ଟ୍ରେନ ଚଳାଚଳ ଯୋଗାଇଦେବା ଉଦ୍ଦେଶ୍ୟ ହେଲା ସେଠାରେ ଥିବା ଷ୍ଟାଚ୍ୟୁ ଅଫ ୟୁନିଟ ଓ ସର୍ଦ୍ଦାର ସରୋବରର ମହତ୍ୱ । ଆଜିର ଘଟଣା, ରେଳବାଇର ଦୂରଦୃଷ୍ଟି ଏବଂ ସର୍ଦ୍ଦାର ପଟେଲଙ୍କ ଲକ୍ଷ୍ୟର ପ୍ରକୃଷ୍ଟ ଉଦାହରଣ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି କେୱାଡିଆ ଅଭିମୁଖେ ଗୋଟିଏ ଟ୍ରେନ ଡ. ଏମ ଜି ରାମଚନ୍ଦ୍ରନ ସେଣ୍ଟ୍ରାଲ ରେଲୱେ ଷ୍ଟେସନରୁ ଯାତ୍ରା ଆରମ୍ଭ କରିଛି । ସଂଯୋଗକ୍ରମେ ଆଜି ଭାରତରତ୍ନ ପୁରୁଚି ତଲାଇବର ଡ. ଏମ.ଜି ରାମଚନ୍ଦ୍ରନଙ୍କ ଜୟନ୍ତୀ । ଚଳଚ୍ଚିତ୍ର ଓ ରାଜନୈତିକ ମଂଚରେ ତାଙ୍କର ଉଲ୍ଲେଖନୀୟ ଭୂମିକା ଅବିସ୍ମରଣୀୟ ବୋଲି ଉଲ୍ଲେଖ କରି ସେ ତାଙ୍କ ସ୍ମୃତିପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେ କହିଥିଲେ ଯେ ଏମ ଜିଆରଙ୍କ ରାଜନୈତିକ ଯାତ୍ରା ଗରିବ ଲୋକଙ୍କ ପ୍ରତି ସମର୍ପିତ ଥିଲା । ଉପେକ୍ଷିତ ଓ ବଂଚିତ ଲୋକମାନଙ୍କୁ ଏକ ମର୍ଯ୍ୟାଦାପୂର୍ଣ୍ଣ ଜୀବନଯାପନର ସୁବିଧା ଯୋଗାଇ ଦେବା ପାଇଁ ସେ ଅବିଶ୍ରାନ୍ତ ଉଦ୍ୟମ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ଆଦର୍ଶ ଓ ଲକ୍ଷ୍ୟକୁ ପୂରଣ କରିବା ପାଇଁ ଆମେ କାମ କରୁଛୁ । ତାଙ୍କ ସ୍ମୃତିପ୍ରତି ଯଥାର୍ଥ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପାଇଁ ଏକ କୃତଜ୍ଞ ରାଷ୍ଟ୍ର ଚେନ୍ନଇ ସେଣ୍ଟ୍ରାଲ ରେଳ ଷ୍ଟେସନକୁ ଏମ ଜିଆରଙ୍କ ନାମରେ ନାମିତ କରିଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏବେ କେୱାଡିଆ ସହିତ ଚେନ୍ନଇ, ବାରାଣସୀ, ରେୱା, ଦାଦର ଓ ଦିଲ୍ଲୀକୁ ସିଧାସଳଖ ରେଳ ସଂଯୋଗ ସ୍ଥାପିତ ହୋଇପାରିଛି । ଏହାଛଡା କେୱାଡିଆ ଓ ପ୍ରତାପନଗର ମଧ୍ୟରେ ମଧ୍ୟ ଟ୍ରେନ ସେବା ଉପଲବ ଧ ହୋଇଛି । ଏସବୁ ରେଳପଥରେ ମେମୁ ଟ୍ରେନ ସେବା ପ୍ରଚଳନ କରାଯାଇଛି । କେୱାଡିଆ-ପ୍ରତାପନଗର ବ୍ରଡଗଜ ଲାଇନ କାର୍ଯ୍ୟକ୍ଷମ ହେବା ସହିତ ଡାଭୋଇ-ଚାନ୍ଦୋଡ ରେଳପଥକୁ ବ୍ରଡଗଜ କରାଯାଇଛି । ଏହାଛଡା ଚାନ୍ଦୋଡ ଓ କେୱାଡିଆ ମଧ୍ୟରେ ମଧ୍ୟ ଏକ ନୂଆ ରେଳଲାଇନ ତିଆରି ହୋଇଛି । ଏହା ଫଳରେ କେୱାଡିଆର ଆଦିବାସୀ ସଂପ୍ରଦାୟଙ୍କ ସହିତ ପର୍ଯ୍ୟଟକମାନେ ମଧ୍ୟ ଉପକୃତ ହେବେ । ସେଠାକାର ସ୍ଥାନୀୟ ଲୋକ ମଧ୍ୟ କର୍ମନିଯୁକ୍ତିର ସୁବିଧା ପାଇବେ । ଏହାଛଡା ଏହି ନୂଆ ରେଳଲାଇନଗୁଡିକ କର୍ଣ୍ଣାଲି, ପୋଇଚା ଏବଂ ଗରୁଡେଶ୍ୱର ଆଦି ନର୍ମଦା ତଟବର୍ତ୍ତୀ ଧର୍ମସ୍ଥଳୀକୁ ଯାତ୍ରୀ ପରିବହନ ସୁବିଧା ଯୋଗାଇଦେବ ।

କେୱାଡିଆର ବିକାଶ ଯାତ୍ରା ସଂପର୍କରେ ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେଠାରେ ଥିବା ଷ୍ଟାଚ୍ୟୁ ଅଫ ୟୁନିଟକୁ ଏବେ ଷ୍ଟାଚ୍ୟୁ ଅଫ ଲିବର୍ଟିଠାରୁ ଅଧିକ ପର୍ଯ୍ୟଟକ ଆସୁଛନ୍ତି । ଏହି ଷ୍ଟାଚ୍ୟୁ ଅଫ ୟୁନିଟକୁ ଦେଖିବା ପାଇଁ ଇତିମଧ୍ୟରେ ୫୦ ଲକ୍ଷରୁ ଅଧିକ ପର୍ଯ୍ୟଟକ ଆସିସାରିଲେଣି । ଉଦ ଘାଟନ ହେବା ପରେ କେୱାଡିଆକୁ ପର୍ଯ୍ୟଟକମାନଙ୍କର ସମାଗମ ବୃଦ୍ଧି ପାଇଥିଲା । ତେବେ କରୋନା ମହାମାରୀ ଦୃଷ୍ଟିରୁ ଏହାକୁ ବନ୍ଦ ରଖାଯାଇଥିଲା । ଏହା ପୁନର୍ବାର ଖୋଲା ହେବାପରେ ଏଠାକୁ ପର୍ଯ୍ୟଟକଙ୍କ ସମାଗମ ଯଥେଷ୍ଟ ବଢିଛି । ଏହାଛଡା କେୱାଡିଆକୁ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଘଟିବା ପରେ ପର୍ଯ୍ୟଟକଙ୍କ ସମାଗମ ବଢିଛି । ପ୍ରାୟ ୧ ଲକ୍ଷ ପର୍ଯ୍ୟଟକ ଦୈନିକ ସେଠାକୁ ଯିବେ ବୋଲି ଏକ ଆକଳନରୁ ଜଣାପଡିଛି । କେୱାଡିଆ ଅର୍ଥନୀତି ଓ ପରିବେଶର ଉନ୍ନତି ପାଇଁ ଯୋଜାନବଦ୍ଧ ବିକାଶର ଏକ ଉତ୍ତମ ଉଦାହରଣ ବୋଲି ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପରିବେଶର ସୁରକ୍ଷା ସହିତ ବିକାଶ କିପରି କରିହେବ ତାହା କେୱାଡିଆ ଦେଖାଇଦେଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରାରମ୍ଭିକ ଅବସ୍ଥାରେ କେୱାଡିଆର ପର୍ଯ୍ୟଟନ ବିକାଶ କଥା ଯେତେବେଳେ ବିଚାର କରାଗଲା ସେତେବେଳେ ଏହା ଆକାଶ କୁସୁମ ଭଳି ଲାଗୁଥିଲା । ଆମର ପୁରୁଣାକାଳିଆ କାମ କରିବାର ଢଙ୍ଗ ଯୋଗୁଁ ଏହା ଅବାସ୍ତବ ମନେ ହେଉଥିଲା । କାରଣ ସେଠାକୁ ରାସ୍ତା ନ ଥିଲା । ରେଳ ଯୋଗାଯୋଗ, ଷ୍ଟ୍ରିଟ ଲାଇଟ, ପର୍ଯ୍ୟଟକଙ୍କ ପାଇଁ ରହିବାର ବ୍ୟବସ୍ଥା ମଧ୍ୟ ସେଠାରେ ନ ଥିଲା । ଏବେ କେୱାଡିଆ ସଂପୂର୍ଣ୍ଣଭାବେ ବଦଳିଯାଇଛି । ପରିବାର ସହିତ ଆସୁଥିବା ପର୍ଯ୍ୟଟକମାନଙ୍କୁ ଏଠାରେ ରହିବାର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି । କେୱାଡିଆରେ ଦେଖିବା ପାଇଁ ଷ୍ଟାଚ୍ୟୁ ଅଫ ୟୁନିଟ, ସର୍ଦ୍ଦାର ସରୋବର, ବିରାଟ ସର୍ଦ୍ଦାର ପଟେଲ ପ୍ରାଣୀ ଉଦ୍ୟାନ, ଆରୋଗ୍ୟ ବନ, ଜଙ୍ଗଲ ସଫାରି ଓ ପୋଷଣ ପାର୍କ ରହିଛି । ଏଠାରେ ମଧ୍ୟ ଏକ ଗ୍ଲୋ ଗାର୍ଡେନ, ଏକତା କ୍ରୁଜ ଏବଂ ଜଳକ୍ରୀଡା ସୁବିଧା ରହିଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପର୍ଯ୍ୟଟନର ବିକାଶ ଫଳରେ ସେଠାକାର ସ୍ଥାନୀୟ ଆଦିବାସୀ ନିଯୁକ୍ତି ସୁବିଧା ପାଇବା ସହ ଲୋକେ ମଧ୍ୟ ଆଧୁନିକ ସୁବିଧା ସୁଯୋଗ ପାଉଛନ୍ତି । ଏକତା ମଲ ରେ ସ୍ଥାନୀୟ ହସ୍ତଶିଳ୍ପମାନ ଉପଲବ ଧ ହେଉଛି । ଆଦିବାସୀ ଗାଁଗୁଡିକରେ ପର୍ଯ୍ୟଟକଙ୍କ ପାଇଁ ହୋମ ଷ୍ଟେ ବ୍ୟବସ୍ଥା କରିବାକୁ ପ୍ରାୟ ୨୦୦ ପ୍ରକୋଷ୍ଠ ତିଆରି କରାଯାଉଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କେୱାଡିଆ ଷ୍ଟେସନର ଉନ୍ନତିକରଣ କାର୍ଯ୍ୟ ସେ ଅଂଚଳର ପର୍ଯ୍ୟଟନ ସୁବିଧା ବୃଦ୍ଧିକୁ ଆଖିଆଗରେ ରଖି କରାଯାଇଛି । ଏହି ଷ୍ଟେସନରେ ଏକ ଆଦିବାସୀ କଳାକୃତିର ଗ୍ୟାଲେରି ଓ ଏକ ଭ୍ୟୁଇଙ୍ଗ ଗ୍ୟାଲେରି ରହିଛି । ସେହି ଗ୍ୟାଲେରିରୁ ଷ୍ଟାଚ୍ୟୁ ଅଫ ୟୁନିଟକୁ ହେବ ।

ଲକ୍ଷ୍ୟଭିତ୍ତିକ ଉଦ୍ୟମ ଦ୍ୱାରା ଭାରତରେ ରେଳବାଇର କାୟା ପରିବର୍ତ୍ତନ କିପରି ହେଉଛି ପ୍ରଧାନମନ୍ତ୍ରୀ ସେ ସଂପର୍କରେ କହିଛନ୍ତି । ସେ କହିଛନ୍ତି ଯେ ରେଳବାଇ ପାରମ୍ପରିକ ଯାତ୍ରୀ ଓ ମାଲ ବୋହିବା ସହିତ ଏବେ ଦେଶର ବିଭିନ୍ନ ପର୍ଯ୍ୟଟନ ଓ ତୀର୍ଥସ୍ଥଳୀକୁ ଯାତ୍ରୀସେବା ଯୋଗାଉଛି । ଅହମ୍ମଦାବାଦ-କେୱାଡିଆ ଜନଶତାବ୍ଦୀ ସମେତ ବିଭିନ୍ନ ରୁଟ ରେ ଆକର୍ଷଣୀୟ ଭିଷ୍ଟାଡୋମ କୋଚର ବ୍ୟବସ୍ଥା କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ରେଳଭିତ୍ତିଭୂମିର ବିକାଶ ପାଇଁ ଗ୍ରହଣ କରାଯାଉଥିବା ପଦକ୍ଷେପ ସଂପର୍କରେ ସୂଚନା ଦେଇ କହିଥିଲେ ଯେ ଆଗରୁ ଯେଉଁ ଢଙ୍ଗରେ କାମ ହେଉଥିଲା ଏବେ ତାହାକୁ ବଦଳାଇ ଦିଆଯାଇଛି । ପୂର୍ବରୁ କେବଳ ଯେତିକି ଭିତ୍ତିଭୂମି ଥିଲା ତାହାର ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱ ଦିଆଯାଉଥିଲା । ନୂଆ ପ୍ରକଳ୍ପ ଓ ଭିତ୍ତିଭୂମି ଅଗ୍ରାଧିକାର ପାଉ ନ ଥିଲା । ନୂଆ ବିଚାର ଓ ନୂଆ ଟେକ ନୋଲଜିକୁ ମଧ୍ୟ ଗୁରୁତ୍ୱ ଦିଆଯାଉ ନ ଥିଲା । ତେବେ ସମୟର ଆବଶ୍ୟକତା ଦୃଷ୍ଟିରୁ ଏହି ଆଭିମୁଖ୍ୟର ପରିବର୍ତ୍ତନ କରାଯାଇଛି ଏବଂ ସମଗ୍ର ରେଳ ବ୍ୟବସ୍ଥାର ବ୍ୟାପକ ପରିବର୍ତ୍ତନ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି । ରେଳବାଇର କାର୍ଯ୍ୟ କେବଳ ଆଉ ବଜେଟ ଓ ନୂଆ ଟ୍ରେନ ଘୋଷଣାରେ ସୀମିତ ହୋଇରହିନାହିଁ । ବିଭିନ୍ନ କ୍ଷେତ୍ରରେ ନୂଆ ନୂଆ କାର୍ଯ୍ୟ ସବୁ ଆରମ୍ଭ ହୋଇଛି । କେୱାଡିଆକୁ ରେଳ ସଂଯୋଗ କିପରି ରେକର୍ଡ ସମୟରେ ଶେଷ ହେଲା ସେ ତାହାର ଉଦାହରଣ ଦେଇଥିଲେ ।

Leave A Reply

Your email address will not be published.