ମାଲକାନଗିରି: ମାଲକାନଗିରି ଜିଲ୍ଲା ପଡିଆସ୍ଥିତ ସାପ୍ତାହିକ ହାଟରେ ଖୋଲାଖୋଲି ଭାବେ ଖୁଡୁଖୁଡି ଖେଳ ଚାଲିଥିବା ନେଇ ସମାଜିକ ଗଣମାଧ୍ୟମରେ ବିଭିନ୍ନ ଫଟୋଚିତ୍ର ଭାଇରାଲ୍ ହୋଇଥିବା ଦେଖିବାକୁ ମିଳିଥିଲା । ଏହି ଫୋଟୋ ଆଧାରରେ ପୋଲିସ ପକ୍ଷ ରୁ ଚଢାଉ କରାଯାଇ ଦୁଇଜଣଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ସୂଚନା ମୁତାବକ ପଡିଆ ସାପ୍ତାହିକ ହାଟରେ ଖୁଡ଼ଖୁଡ଼ି ଖେଳ ଚାଲୁଥିବା ର କିଛି ଫୋଟ ୱାଟସାପ ଜରିଆରେ ହସ୍ତଗତ ହୋଇଥିଲା। ଏ ନେଇ ପୋଲିସ ପକ୍ଷରୁ ଚଢାଉ କରାଯାଇ ଦୁଇଜଣଙ୍କୁ ଗିରଫ କରାଯାଇଥିବା ପଡିଆ ଥାନା ଅଧିକାରୀ ରଞ୍ଜନ କୁମାର ମାଝୀ କହିଛନ୍ତି। ଏହି ଘଟଣାକୁ ନେଇ ପଡିଆ ଥାନାରେ କେସ୍ ନଂ ୦୩/୨୧ ଦଫା ୦୩ ଓପିଜି ଆକ୍ଟ ରେ ଏକ ମାମଲା ରୁଜୁ କରାଯାଇ ଗିରଫ ଦୁଇଜଣ ଙ୍କୁ ନୋଟିସ୍ ଦେଇ ଛଡା ଯାଇଛି । ଧାନ ଅମଳ ପରେ ପଡିଆ ବ୍ଳକର ବିଭିନ୍ନ ସ୍ଥାନରେ କୁକୁଡା ଲଢେଇ ସହ ଖୁଡୁଖୁଡ଼ି ଖେଳ ଚାଲୁଥିବା ଦେଖିବାକୁ ମିଳୁଥିବାରୁ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଛି। ପ୍ରତ୍ୟକ ବର୍ଷ ଧାନ ବିକ୍ରି ପରେ ବିଭିନ୍ନ ସ୍ଥାନରେ ଏହି ଖୁଡୁଖୁଡି ଖେଳ କରି କିଛି ବ୍ୟକ୍ତି କିଙ୍ଗପିନ୍ ସାଜି ବିଭିନ୍ନ ସ୍ଥାନରେ ଖେଳ ଚଳାଇ ଥାଆନ୍ତି। ଏହି ଖେଳ ମାଧ୍ୟମରେ କେଇ ମୁହୂର୍ତ୍ତ ରେ ହଜାର ହଜାର ଟଙ୍କା ପ୍ରାପ୍ତି ଆଶା ନେଇ ଶହ ଶହ ଲୋକ ଆକର୍ଷିତ ହୋଇ ସର୍ବସ୍ୱାନ୍ତ ହୋଇପଡୁଥିଲେ ମଧ୍ୟ ଦିନକୁ ଦିନ ବିଭିନ୍ନ ସ୍ଥାନରେ ଏହି ଖେଳ ର ଚାହିଦା ବଢିବାକୁ ଲାଗିଛି। ଗତ କିଛି ଦିନ ତଳେ କାଲିମେଳା ବ୍ଳକରେ ମଧ୍ଯ ଏହି ଭଳି ଖେଳ ଚାଲିଥିବା ଖବର ପାଇ ପୋଲିସ ର ଚଢାଉ ପରେ ସ୍ଥାନୀୟ ଲୋକଙ୍କ ସହ ମୁହାଁମୁହିଁ ହୋଇଥିଲା। ତେବେ ପଡିଆ ବ୍ଲକ ର ବିଭିନ୍ନ ସାପ୍ତାହିକ ହାଟରେ ଚାଲୁଥିବା ଖୁଡୁଖୁଡ଼ି ଖେଳକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଦିଗରେ ଧ୍ୟାନ ଦେବା ପାଇଁ ସାଧାରଣରେ କୁହାଯାଇଛି।
Sign in
Sign in
Recover your password.
A password will be e-mailed to you.