ପୋଲିସ କାନ୍ଧରେ ଦାୟିତ୍ୱ : ସୁପ୍ରିମ୍କୋର୍ଟରେ ଚାଷୀଙ୍କ ଟ୍ରାକ୍ଟର ର୍ୟାଲି ପ୍ରସଙ୍ଗ

152

-୨୦ରେ ପରବର୍ତ୍ତୀ ଶୁଣାଣ

ନୂଆଦିଲ୍ଲୀ: ଆସନ୍ତା ୨୬ତାରିଖ ଗଣତନ୍ତ୍ର ଦିବସ ଅବସରରେ କୃଷକଙ୍କ ଦ୍ୱାରା ଆୟୋଜନ କରାଯିବାକୁ ଥିବା ଟ୍ରାକ୍ଟର ର୍ୟାଲି ବିରୋଧରେ ସୁପ୍ରିମକୋର୍ଟରେ ରୁଜୁ ହୋଇଥିବା ଏକ ପିଟିସନର ଶୁଣାଣି ସୋମବାର ହୋଇଛି । ଟ୍ରାକ୍ଟର ର୍ୟାଲି ସମ୍ପର୍କରେ ଦିଲ୍ଲୀ ପୋଲିସ ନିଷ୍ପତ୍ତି ନେଉ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣି ସମୟରେ ସଙ୍କେତ ଦେଇଛନ୍ତି । ଏହା ସହିତ ଆସନ୍ତା ୨୦ ତାରିଖକୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ଦିଲ୍ଲୀ ପୋଲିସ ପକ୍ଷରୁ ସୁପ୍ରିମ୍କୋର୍ଟରେ ଏହି ପିଟିସନ ଦାୟର କରାଯାଇଥିଲା । ଶୁଣାଣି ସମୟରେ କୋର୍ଟ କହିଥିଲେ,କୃଷକମାନଙ୍କ ଟ୍ରାକ୍ଟର ର୍ୟାଲି ଉପରେ ପ୍ରଶାସନ ରୋକ୍ ଲଗାଇପାରିବ । କିନ୍ତୁ କୋର୍ଟଙ୍କ ତରଫରୁ ଯଦି ରୋକ୍ ଲଗାଯାଏ ତେବେ ଏହାର ଏକ ଭୁଲ ବାର୍ତ୍ତା ଯିବ । କୋର୍ଟ ଆହୁରି କହିଥିଲେ ରାମଲୀଳା ମଇଦାନରେ ବିକ୍ଷୋଭ ଅନୁମତିକୁ ନେଇ ଦିଲ୍ଲୀ ପୋଲିସ ନିଜେ ନିଷ୍ପତ୍ତି ନେବାକୁ ପଡ଼ିବ । ସହରରେ କେତେ ଲୋକ କେମିତି ଆସିବେ ତାହା ପୋଲିସ ସ୍ଥିର କରିବ । ପୋଲିସ ଆକ୍ଟ ଅଧୀନରେ ସରକାରଙ୍କ ପାଖରେ କି କ୍ଷମତା ରହିଛି ତାହା କ’ଣ କୋର୍ଟଙ୍କୁ କହିବାକୁ ପଡ଼ିବ କି ବୋଲି ପ୍ରଧାନ ବିଚାରପତି ଏହି ଅବସରରେ ପ୍ରଶ୍ନ କରିଥିଲେ ।

Leave A Reply

Your email address will not be published.