ବିଶେଷଜ୍ଞ ଦଳର ଚିତ୍ରକୋଣ୍ଡା ଡ୍ୟାମ ପରିଦର୍ଶନ

143

ମାଲକାନଗିରି: ଓଡ଼ିଶା ଡ୍ୟାମ୍‌ ସେଫ୍ଟି କମିଟିର ୩ ଜଣିଆ ବିଶେଷଜ୍ଞ ଦଳ ଚିତ୍ରକୋଣ୍ଡା ଡ୍ୟାମ୍‌ ଓ ସ୍ପିଲ୍‌ୱେର ସୁରକ୍ଷା ସମ୍ପର୍କରେ ଯାଞ୍ଚ କରିଛନ୍ତି। ଟିମ୍‌ରେ ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ବିଭୂତି ଭୂଷଣ ପଣ୍ଡା, ଡେପୁଟି ଡାଇରେକ୍ଟର ଅରୁଣ କୁମାର ଦାସ ଓ ସୁବାସ ଚନ୍ଦ୍ର ରଥ ଚିତ୍ରକୋଣ୍ଡାରେ ପହଞ୍ଚି ଡ୍ୟାମ ଓ ସ୍ପିଲ୍‌ୱେର ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ସମୟରେ ପୋଟେରୁ ଜଳସେଚନ ବିଭାଗ ମୁଖ୍ୟ ଯନ୍ତ୍ରୀ ଚନ୍ଦ୍ରଶେଖର ମିଶ୍ର, ବାଲିମେଳା ଡ୍ୟାମ୍‌ର ନିର୍ବାହୀ ଯନ୍ତ୍ରୀ କବି ପ୍ରସାଦ ନାଥ, ଉପନିର୍ବାହୀ ଯନ୍ତ୍ରୀ ଉମାକାନ୍ତ ସାହୁ (ସିଭିଲ) ଓ ନବକିଶୋର ସିଂ(ମେକାନିକାଲ) ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ, ରାଜ୍ୟ ସରକାରଙ୍କ ଅଧୀନରେ ମୋଟ ୨୦୪ଟି ବନ୍ଧ ରହିଛି। ସେଥିରୁ ୧୦ଟି ବୃହତ୍‌ ଜଳସେଚନ ପ୍ରକଳ୍ପ, ୫୦ଟି ମଧ୍ୟମ ଜଳସେଚନ ପ୍ରକଳ୍ପ ଓ ୧୪୪ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ରହିଛି। ଜଳସେଚନ ପ୍ରକଳ୍ପ ଅଧୀନରେ ଥିବା ଡ୍ୟାମ୍‌ ଓ ସ୍ପିଲ୍‌ଓ୍ବେଗୁଡିକର ସୁରକ୍ଷା ଓ ମରାମତି ସମ୍ପର୍କରେ ଡ୍ୟାମ୍‌ ସେଫ୍ଟି କମିଟି ଯାଞ୍ଚ କରିଥାଏ। କମିଟି ରିପୋର୍ଟକୁ ଆଧାର କରି ସରକାର ପଦକ୍ଷେପ ନେଇଥାନ୍ତି ।

Leave A Reply

Your email address will not be published.