ସୌରଶକ୍ତି କ୍ଷେତ୍ରରେ ସହଯୋଗ ଲାଗି ଭାରତ ଓ ଉଜ୍ବେକିସ୍ତାନ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ସୌରଶକ୍ତି କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଓ ଉଜ୍ବେକିସ୍ତାନ ମଧ୍ୟରେ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷର ହେବାର ସୂଚନା ଦିଆଯାଇଛି ।
କାର୍ଯ୍ୟର ମୁଖ୍ୟ କ୍ଷେତ୍ର ହେଉଛି ଜାତୀୟ ସୌର ଶକ୍ତି ପ୍ରତିଷ୍ଠାନ (ଏନ୍ଆଇଏସ୍ଇ), ଭାରତର ନୂତନ ଏବଂ ଅଣପାରମ୍ପରିକ ଶକ୍ତି ମନ୍ତ୍ରାଳୟ ଏବଂ ଉଜବେକିସ୍ତାନର ଆର୍ନ୍ତଜାତିକ ସୌର ଶକ୍ତି ପ୍ରତିଷ୍ଠାନ ମଧ୍ୟରେ ଗବେଷଣା / ପ୍ରଦର୍ଶନ/ ପାଇଲଟ ପ୍ରକଳ୍ପ ଗୁଡିକର ଚିହ୍ନଟ କରିବା ।
-ସୋଲାର ଫଟୋଭୋଲ୍ଟିକ୍
-ମହଜୁଦ ଜ୍ଞାନକୌଶଳ
-ଜ୍ଞାନକୌଶଳର ଆଦାନପ୍ରଦାନ
ପାରସ୍ପରିକ ଚୁକ୍ତି ଆଧାରରେ, ଉଭୟ ପକ୍ଷ ଆର୍ନ୍ତଜାତୀୟ ସୌର ମେଣ୍ଟ (ଆଇଏସ୍ଏ) ସଦସ୍ୟ ଦେଶଗୁଡିକରେ ପାଇଲଟ ପ୍ରକଳ୍ପର କାର୍ଯ୍ୟକାରିତା ଓ ନିୟୋଜନ ପାଇଁ କାର୍ଯ୍ୟ କରିବେ ।