ଇଣ୍ଟରନ୍ୟାସନାଲ୍ ଫ୍ୟାକ୍ଟ ଚେକିଂ ନେଟ୍ୱର୍କକୁ ମିଳିବ ନୋବେଲ ଶାନ୍ତି ପୁରସ୍କାର

183

ନୂଆଦିଲ୍ଲୀ: ନରୱେର ସାଂସଦ ଟ୍ରିନେ ସ୍କି ଗ୍ରାଣ୍ଡେ ଏକ ବଡ଼ ନିର୍ଣ୍ଣୟ ନେଇଛନ୍ତି । ସେ ଆନ୍ତର୍ଜାତିକ ଫ୍ୟାକ୍ଟ ଚେକିଂ ନେଟୱର୍କକୁ ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରିଛନ୍ତି । ଏ ନେଇ ସେ ତାଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି । ଟ୍ୱିଟରେ ସେ ଲେଖିଛନ୍ତି ଯେ, ଆମେ ଏମିତି ଏକ ସମୟ ଦେଇ ଗତି କରୁଛୁ ଯେଉଁ ସମୟରେ କି ମିଛ ସହିତ ଲଢ଼ିବା ବହୁତ ଜରୁରି ।

ଏହା ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ତାଙ୍କ ଶପଥ ଭାଷଣରେ କହିଥିଲେ ସେ ଆହୁରି କହିଥିଲେ ଯେ, ଏହି ବର୍ଷ ଆମେ ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ଆନ୍ତର୍ଜାତିକ ଫ୍ୟାକ୍ଟ ଚେକିଂ ନେଟୱାର୍କ ବା ଆଇଏଫସିଏନ୍କୁ ମନୋନିତ କରୁଛୁ । ଏହି ସଂସ୍ଥାକୁ ଆମର ସହଯୋଗର ଆବଶ୍ୟକତା ରହିଛି । ଜୋ ବାଇଡେନ୍ ବୁଧବାର ଆମେରିକାର ରାଷ୍ଟ୍ରପତି ପଦ ପାଇଁ ଶପଥ ନେଇଥିଲେ । ସେ ତାଙ୍କ ଭାଷଣରେ ଦେଶରେ ହୋଇଥିବା ହିଂସା ପାଇଁ ଦୁଃଖପ୍ରକାଶ କରି କହିଥିଲେ ଯେ, ଜନତା ଏବଂ ନୀତି ମଧ୍ୟରେ ସେ ସତ୍ୟର ରକ୍ଷା କରିବେ ।

ତେବେ ଗ୍ରାଣ୍ଡେଙ୍କ ଏହି ସୂଚନା ପରେ ଏହାକୁ ନେଇ ଆଇଏଫସିଏନର ନିର୍ଦ୍ଦେଶକ ବେବାରସ୍ ଓରସେକ ଫ୍ୟାକ୍ଟ ଚେକିଂ ନେଟୱାର୍କ ଟିମ୍ ତରଫରୁ ଧନ୍ୟବାଦ ଜଣାଇଛନ୍ତି । ସେ ଟ୍ୱିଟ୍ କରି ଫ୍ୟାକ୍ଟ ଚେକିଂ ନେଟୱାର୍କ ବା ଆଇଏଫସିଏନ୍ ପାଇଁ ତାଙ୍କ କାର୍ଯ୍ୟ ଜାରି ରଖିବା ସହିତ ବିଶ୍ୱ ସମୁଦାୟର ଉନ୍ନତି ଦିଗରେ କାର୍ଯ୍ୟ କରିବେ ବୋଲି କହିଛନ୍ତି । ଏହି ନୋମିନେଶନ୍ ସତ୍ୟ ସମ୍ପର୍କରେ ସୂ·ଉଥିବା ସେ କହିବା ସହିତ ଗ୍ରାଣ୍ଡେଙ୍କୁ ସାଧୁବାଦ ଜଣାଇଛନ୍ତି ।

Leave A Reply

Your email address will not be published.