ମମତାଙ୍କ ହାତ ଛାଡ଼ିଲେ ଆଉ ଜଣେ ମନ୍ତ୍ରୀ

177

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପୁଣିଥରେ ଝଟକା ଲାଗିଛି । ମମତାଙ୍କ ସରକାରରେ ଥିବା ଜଙ୍ଗଲ ମନ୍ତ୍ରୀ ରାଜୀବ ବାନାର୍ଜୀ ଆଜି ରାଜ୍ୟ କ୍ୟାବିନେଟ୍ରୁ ଇସ୍ତଫା ଦେଇଛନ୍ତି । ଏ ସମ୍ପର୍କରେ ସେ ମମତାଙ୍କୁ ଗୋଟିଏ ଚିଠି ଲେଖିଛନ୍ତି । ହେଲେ ସେ କାହିଁକି ଇସ୍ତଫା ଦେଲେ, ସେ ସମ୍ପର୍କରେ ଚିଠିରେ କିଛି ବି କହିନାହାନ୍ତି । ସେ ଚିଠିରେ କହିଛନ୍ତି, ପଶ୍ଚିମବଙ୍ଗର ଲୋକଙ୍କ ସେବା କରିବା ମୋ ପାଇଁ ଭାଗ୍ୟ ଓ ଗର୍ବର ବିଷୟ ଥିଲା ।

ଲୋକଙ୍କ ସେବା କରିବାରୁ ସୁଯୋଗ ମିଳିଥିବାରୁ ମୁଁ ସମସ୍ତଙ୍କ ପାଖରେ ଋଣୀ ବୋଲି ସେ କହିଛନ୍ତି । ରାଜୀବ ୪ର୍ଥ ମନ୍ତ୍ରୀ ଭାବେ ମମତାଙ୍କ କ୍ୟାବିନେଟ୍ରୁ ଇସ୍ତଫା ଦେଇଛନ୍ତି । ପ୍ରଥମେ ସୋଭନ ଚାଟାର୍ଜୀ, ଏହାପରେ ଶୁଭେନ୍ଦୁ ଅଧିକାରୀ ଓ ଶେଷରେ ଲକ୍ଷ୍ମୀ ରତନ ଶୁକ୍ଳା ଇସ୍ତଫା ଦେଇଥିଲେ । ଏବେ ଏହି ତାଲିକାରେ ରାଜୀବ ଯୋଡ଼ି ହୋଇ ଯାଇଛନ୍ତି । ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ରାଜୀବ ରାଜ୍ୟପାଳ ଜଗଦୀପ ଧାନକରଙ୍କୁ ଭେଟିଥିଲେ । ସେ ତାଙ୍କ ଇସ୍ତଫାପତ୍ରକୁ ଗ୍ରହଣ ମଧ୍ୟ କରି ନେଇଛନ୍ତି । ଦମଜୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ହୋଇଥିବା ରାଜୀବ ଗୋଟିଏ ସପ୍ତାହ ହେଲାଣି ଟିଏମସି ଉପରେ କ୍ଷୁବ୍ଧ ରହିଥିଲେ । ସେ ଖୋଲାଖୋଲି ଭାବେ ଟିଏମସି ବିରୋଧରେ ମଧ୍ୟ ମତ ଦେଉଥିଲେ । ଅନ୍ୟପକ୍ଷରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ହେଁ ଟିଏମସି ଛାଡ଼ିଛନ୍ତି କି ନାହିଁ, ସେକଥା ଜଣାପଡ଼ିନି ।

Leave A Reply

Your email address will not be published.