ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ

674

ରାଞ୍ଚି: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ି ଯାଇଛି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ଉପରେ ନଜର ରଖିଛନ୍ତି । ଏହି ଖବର ମିଳିବା ପରେ ବିହାରରେ ଥିବା ତାଙ୍କ ପୁଅ ତେଜସ୍ୱୀ ଓ ପତ୍ନୀ ରାବ୍ରୀ ଦେବୀ ରାଞ୍ଚି ଅଭିମୁଖେ ବାହାରିଛନ୍ତି । ଗୋ-ଖାଦ୍ୟ ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇଥିବା ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ନିୟମିତ ଖରାପ ହୋଇ ଆସୁଛି ।

ଏଥିପାଇଁ ରାଞ୍ଚିର ଆରଆଇଏମଏସ୍ ହସ୍ପିଟାଲରେ ତାଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇଥିଲା । ତେବେ ଗୁରୁବାର ରାତିରେ ହଠାତ ସେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିଥିଲେ । ସେ ନିମୋନିଆରେ ଆକ୍ରାନ୍ତ ହୋଇଥିବା ମଧ୍ୟ ଜଣାପଡ଼ିଛି । ଏଥିପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କୁ ସବୁ ପ୍ରକାରର ଚିକିତ୍ସା ଯୋଗାଇ ଦେଉଛନ୍ତି । ଏବେ ତାଙ୍କ ଅବସ୍ଥା ସ୍ଥିର ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି । ହସ୍ପିଟାଲରେ ଲାଲୁଙ୍କର ଏଚଆରସିଟି ଓ ଅନ୍ୟାନ୍ୟ ପରୀକ୍ଷା କରାଯାଇଛି । ଗୋଟିଏ ଡାକ୍ତରୀ ଟିମ ଓ ଆରଆଇଏମଏସର ନିର୍ଦ୍ଦେଶକ ନିୟମିତ ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଛନ୍ତି ।

Leave A Reply

Your email address will not be published.