ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଦକ୍ଷତା ବିକାଶ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ

161

ଭୁବନେଶ୍ୱର: ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଶୁକ୍ରବାର ବିଭିନ୍ନ ସରକାରୀ ଆଇଟିଆଇ,ପଲିଟେକ୍ନିକ୍,ଇଂଜିନିୟରିଂ କଲେଜ ଓ ଦକ୍ଷତା ବିକାଶ କେନ୍ଦ୍ରଗୁଡ଼ିକରେ ଚାଲୁ ରହିଥିବା ଦକ୍ଷତା ବିକାଶ ପ୍ରକଳ୍ପ ସବୁର କାର୍ଯ୍ୟ ସମୀକ୍ଷା କରିଥିଲେ ।

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ଏହି ସବୁ କାର୍ଯ୍ୟର ଟେଣ୍ଡର କାର୍ଯ୍ୟ ଚଳିତ ବର୍ଷ ଫେବୃଆରୀ ମାସ ଶେଷ ସୁଦ୍ଧା ସାରିବାକୁ ଶାସନ ସଚିବ ଇଡ୍କୋ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ଅବସରରେ ଶାସନ ସଚିବ କର୍ମନିୟୋଜନ ନିର୍ଦ୍ଦେଶାଳୟ ଓ ବୈଷୟିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକଙ୍କୁ ବର୍ତମାନ ଅନୁମୋଦିତ ଆଇଟିଆଇ ବଡ଼ବିଲ୍,ଆଇଟିଆଇ ଆନନ୍ଦପୁର ଆଇଟିଆଇ,ବ୍ରହ୍ମପୁର,କେଉଁଝରର ଓଡ଼ିଶା ମାଇନିଂ ସ୍କୁଲ ଓ ସରକାରୀ ଇଂଜିନିୟରିଂ କଲେଜ୍ ର ପ୍ରକଳ୍ପଗୁଡ଼ିକୁ ଚଳିତ ବର୍ଷ ମଇ ମାସ ସୁଦ୍ଧା ଆରମ୍ଭ କରିବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ସେସବୁ କାର୍ଯ୍ୟ ସଂପାଦନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଏହା ସହିତ ବିଭିନ୍ନ ଜିଲ୍ଲା ଖଣିଜ ପାଣ୍ଠି ଅନୁଦାନରେ ସରକାରୀ ଆଇଟିଆଇ ଓ ପଲିଟେକ୍ ନିକ୍ ରେ ପରିଚାଳିତ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଅନୁଧ୍ୟାନ କରିବା ସହ ଚୂଡ଼ାନ୍ତ ସମୟସୀମା ମଧ୍ୟରେ ଏହି କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ସମୀକ୍ଷା ବୈଠକରେ କର୍ମନିୟୋଜନ ନିର୍ଦ୍ଦେଶିକା ରଶ୍ମିତା ପଣ୍ଡା, ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ରେଘୁ ଜି.ଇଡ୍ କୋର ସିଜିଏମ୍ (ସିଭିଲ୍) ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଓ ଇଡ୍କୋର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.