ପାରଳାଖେମୁଣ୍ଡି: ମୋ ସ୍କୁଲ ଅଭିଯାନରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ମହାରାଜାଙ୍କ ଦ୍ୱାରା ନିର୍ମିତ ମହାରାଜା ବଏସ୍ ହାଇସ୍କୁଲ ଓ ମହାରାଜା ଗାର୍ଲ୍ସ ହାଇସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରାଯାଇଥିବା ପୂର୍ତ୍ତ ବିଭାଗ ସଚିବ ଡ.କ୍ରିଷନ ଟୁଇଟ୍ କରି ସୂଚନା ଦେଇଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ମହାରାଜାଙ୍କ ବଏସ୍ ହାଇସ୍କୁଲ ୧୮୫୭ ମସିହାରେ ଏବଂ ଗାର୍ଲ୍ସ ହାଇସ୍କୁଲ ୧୯୧୯ ମସିହାରେ ପାରଳାଖେମୁଣ୍ଡି ମହାରାଜାଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା । ଅନେକ ବର୍ଷ ମହାରାଜାଙ୍କ ଦ୍ୱାରା ପରିଚାଳିତ ଦୁଇଟି ହାଇସ୍କୁଲ ପରବର୍ତ୍ତୀ ସମୟରୁ ଏହା ସରକାରଙ୍କ ଦ୍ୱାରା ପରିଚାଳିତ ହୋଇ ଆସୁଛି । ଶତାୟୁ ପୁରାତନ ଏହି ଦୁଇ ହାଇସ୍କୁଲରେ ଅଧ୍ୟୟନ ଛାତ୍ରଛାତ୍ରୀ ଓଡିଶା ସମେତ କେନ୍ଦ୍ରରେ ବହୁ ଉଚ୍ଚ ପଦବୀ ଅଳଂକୃତ ହୋଇ ପାରିଛନ୍ତି ।ଏପରିକି ବିଦେଶରେ ମଧ୍ୟ ଅନେକେ ବହୁ ଉଚ୍ଚ ପଦବୀ,ବୈଜ୍ଞାନିକ ଭାବେ ଦାୟିତ୍ୱ ତୁଲାଉଛନ୍ତି । ମୋଟ ଉପରେ କହିବାକୁ ଗଲେ ଏହି ଦୁଇଟି ହାଇସ୍କୁଲ ଉନ୍ନତମାନର ମଣିଷ ତିଆରି କାରଖାନା ଅଟେ । ମୋ ସ୍କୁଲ ଅଭିଯାନ ମାଧ୍ୟମରେ ଅନେକ ପୁରାତନ ଛାତ୍ରଛାତ୍ରୀ ସ୍କୁଲ୍ ବିକାଶରେ ସାମିଲ ହୋଇଥିବା ବେଳେ ଏବେ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଏହାକୁ ପୋଷ୍ୟ ଭାବେ ଗ୍ରହଣ କରିବା ଖବର ସମଗ୍ର ଜିଲ୍ଲାରେ ଏବଂ ବିଭିନ୍ନ ମହଲରେ ଖୁସିର ଲହରୀ ଖେଳାଇ ଦେଇଛି । ଏହା ଗଜପତି ଜିଲ୍ଲା ପାଇଁ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.