କୋଲକାତା ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ବାର୍ଷିକରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ

151

ନେତାଜୀ ହେଉଛନ୍ତି ଭାରତର ଶକ୍ତି ଓ ପ୍ରେରଣା: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୋଲକାତା ଠାରେ ଆୟୋଜିତ ନେତାତୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମବାର୍ଷିକୀରେ ଯୋଗ ଦେଇଥିଲେ । କୋଲକାତାର ଭିକ୍ଟୋରିଆ ମେମୋରିଆଲରେ ପାଳନ ହେଉଥିବା ‘ପରାକ୍ରମ ଦିବସ” ଉତ୍ସବର ଉଦ୍ଘାଟନୀ ସମାରୋହରେ ସେ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନେତାଜୀଙ୍କ ଉପରେ ଗୋଟିଏ ସ୍ଥାନୀୟ ପ୍ରଦର୍ଶନୀ ଓ ଗୋଟିଏ ପ୍ରୋଜେକ୍ସନ ମ୍ୟାପିଙ୍ଗ୍ ସୋର ଶୁଭାରମ୍ଭ କରିଥିଲେ । ଗୋଟିଏ ସ୍ମରଣୀୟ ମୁଦ୍ରା ଓ ଡାକ ଟିକଟକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିଥିଲେ । ଏହି ଅବସରରେ ନେତାଜୀଙ୍କ ଉପରେ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ “ଆମାର ନୂତୋନ ଜଉବୋନେରୀ ଦୂତ୍” ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମ ପୂର୍ବରୁ ନେତାଜୀଙ୍କ ସମ୍ମାନାର୍ଥେ ପ୍ରଧାନମନ୍ତ୍ରୀ ଏଲେଗିନ୍ ରୋଡ୍ରେ ଥିବା ନେତାଜୀ ସୁଭାଷ ବୋଷଙ୍କ ଘର ନେତାଜୀ ଭବନକୁ ଗସ୍ତ କରିଥିଲେ । ପରେ କୋଲକତାରେ ଥିବା ନେତାଜୀ ପାଠାଗାର ଯାଇଥିଲେ, ଯେଉଁଠାରେ କି “ଏକବିଂଶ ଶତାବ୍ଦୀରେ ନେତାଜୀଙ୍କ ପୂର୍ବଜଙ୍କ ପୁନଃ ଗସ୍ତ” ଶୀର୍ଷକ ଆର୍ନ୍ତଜାତୀୟ ସମ୍ମିଳନୀ ଏବଂ କଳାକାର ଶିବିର ଆୟୋଜିତ ହୋଇଥିଲା । ଭିକ୍ଟୋରିଆ ମେମୋରିଆଲରେ ଅନୁଷ୍ଠିତ ପରାକ୍ରମ ଦିବସ କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ କଳାକାର ଏବଂ ସମ୍ମିଳନୀର ଅଂଶଗ୍ରହଣକାରୀମାନଙ୍କ ସହିତ ଭାବ ବିନିୟମ କରିଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ହେଉଛି ମାତା ଭାରତୀଙ୍କ ସାହସୀ ପୁଅର ଜନ୍ମଦିନ ଯିଏ କି ସ୍ୱାଧୀନ ଭାରତର ସ୍ୱପ୍ନକୁ ନୂଆ ଦିଗ୍ଦର୍ଶନ ଦେଇଛନ୍ତି । ଆଜି ହେଉଛି ସେହି ଦିନ ଯେଉଁଦିନ ଆମେ ଚେତନାକୁ ପାଳନ କରୁଛୁ ଯାହା ଦାସତ୍ୱର ଅନ୍ଧକାରରେ ହଜି ଯାଇଥିଲା ଏବଂ ବିଶ୍ୱର ଶକ୍ତିଶାଳୀ ଶକ୍ତିକୁ ଆହ୍ୱାନ କରିଥିଲା ଯେ ମୁଁ ସ୍ୱାଧୀନତା ପାଇଁ ଭିକ୍ଷା କରିବି ନାହିଁ, ମୁଁ ଏହା ଛଡାଇ ନେବି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନେତାଜୀଙ୍କ ଅବିସ୍ମରଣୀୟ ତଥା ନିସ୍ୱାର୍ଥପର ସେବାକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ନେତାଜୀଙ୍କ ଜନ୍ମଦିନ ଜାନୁଆରୀ ୨୩ ତାରିଖକୁ ଦେଶ ‘ପରାକ୍ରମ ଦିବସ’ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛି । ଶ୍ରୀ ମୋଦୀ କହିଥିଲେ ଯେ ନେତାଜୀ ହେଉଛନ୍ତି ଭାରତର ଶକ୍ତି ଓ ପ୍ରେରଣା ।

୨୦୧୮ରେ ସରକାର ଆଣ୍ଡାମାନ ଦ୍ୱୀପକୁ ନେତାଜୀ ସୁଭାଷ ବୋଷ ଦ୍ୱୀପ ନାମରେ ନାମିତ କରିବା ତାଙ୍କର ସୌଭାଗ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ ଦେଶର ଭାବନାକୁ ସମ୍ମାନ ଜଣାଇ ସରକାର ନେତାଜୀଙ୍କ ସମ୍ପର୍କୀତ ସମସ୍ତ ଫାଇଲ୍କୁ ସାର୍ବଜନୀନ କରିଛନ୍ତି । ସେ ଗର୍ବର ସହିତ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ ୨୬ ଜାନୁଆରୀ ପ୍ୟାରେଡରେ ଆଇଏନ୍ଏର ବରିଷ୍ଠ ସଦସ୍ୟଙ୍କ ଅଂଶଗ୍ରହଣ ଏବଂ ଦିଲ୍ଲୀର ଲାଲ କିଲ୍ଲାରେ ତ୍ରିରଙ୍ଗା ଉଡାଇବାପାଇଁ ଥିବା ନେତାଜୀଙ୍କ ସ୍ୱପ୍ନକୁ ସାକାର ଲାଗି ଲାଲ କିଲ୍ଲାରେ ଆଜାଦ ହୀନ୍ଦ ସରକାରର ୭୫ ତମ ବାର୍ଷିକୀ ପାଳନ ହେବ ।

ସାହସର ସହିତ ପଳାୟନ କରିବା ପୂର୍ବରୁ ନେତାଜୀ ତାଙ୍କ ପୁତୁରା ଶିଶିର ବୋଷଙ୍କୁ ପଚାରିଥିବା ପ୍ରଶ୍ନର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯଦି, ଆଜି, ପ୍ରତି ଭାରତୀୟ ସେମାନଙ୍କ ହୃଦୟ ଉପରେ ହାତ ରଖି ନେତାଜୀଙ୍କ ଉପସ୍ଥିତି ଅନୁଭବ କରିବେ, ସେମାନେ ସମାନ ପ୍ରଶ୍ନ ଶୁଣିପାରିବେ; ତୁମେ ମୋ ପାଇଁ କିଛି କରିପାରିବ କି ?ସେହି କାର୍ଯ୍ୟ, ସେହି ରିସ୍କ, ସେହି ଲକ୍ଷ୍ୟ ଆଜି ଭାରତକୁ ଆତ୍ମ ନିର୍ଭରଶୀଳ କରିବ । ଦେଶର ଲୋକମାନେ, ଦେଶର ପ୍ରଦ୍ୟେକ ଅଞ୍ଚଳ, ଦେଶର ପ୍ରତ୍ୟେକ ବ୍ୟକ୍ତି ଏହାର ଅଂଶ ଅଟନ୍ତି ।”

ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦେଶର ବଡ ସମସ୍ୟା ମଧ୍ୟରେ ଦାରିଦ୍ର୍ୟ, ନିରକ୍ଷରତା, ରୋଗ ଆଦିକୁ ଗଣନା କରୁଥିଲେ । ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତିଯେ ଆମର ସବୁଠାରୁ ବଡ ସମସ୍ୟା ହେଉଛି ଦାରିଦ୍ର୍ୟ, ନିରକ୍ଷରତା, ରୋଗ ଏବଂ ବୈଜ୍ଞାନିକ ଉତ୍ପାଦର ଅଭାବ । ଏହି ସମସ୍ୟାର ସମାଧାନ ପାଇଁ ସମାଜକୁ ଏକାଠି ହେବାକୁ ପଡିବ, ଆମକୁ ଏକାଠି ଉଦ୍ୟମ କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଶ୍ରୀ ମୋଦୀ କହିଛନ୍ତି ଯେ ସ୍ୱପ୍ନର ଆତ୍ମନିର୍ଭର ଭାରତ ହେଉଛି ନେତାଜୀ ସୁଭାଷଙ୍କ ସୋନାର ବାଙ୍ଗଲାର ବହ ପ୍ରେରଣା । ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଦେଶ ସ୍ୱାଧୀନ ପାଇଁ ନେତାଜୀ ଯେଉଁ ଭୂମିକା ଗ୍ରହଣ କରିଥିଲେ ଆତ୍ମନିର୍ଭର ଭାରତ ପାଇଁ ପଶ୍ଚିମବଙ୍ଗ ଅନୁରୂପ ଭୂମିକା ସନ୍ଧାନରେ ଅଛି । ଆତ୍ମନିର୍ଭର ଭାରତ ମଧ୍ୟ ଆତ୍ମନିଭର ବେଙ୍ଗଲ ଓ ସୋନାର ବାଙ୍ଗଲାର ନେତୃତ୍ୱ ନେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.