ଶ୍ରଦ୍ଧାଳୁଙ୍କ ନିମନ୍ତେ ଦର୍ଶନ ସହଜ

177

ପୁରୀ: ଶ୍ରଦ୍ଧାଳୁଙ୍କ ନିମନ୍ତେ ଦର୍ଶନ ବ୍ୟବସ୍ଥାକୁ ଅଧିକ ସହଜ କରିବା ପାଇଁ ଜଗନ୍ନାଥ ବଲ୍ଲଭ ଠାରୁ ମରିଚିକୋଟ ଛକ ପର୍ଯ୍ୟନ୍ତ ଲାଗିଥିବା ବ୍ୟାରିକେଡ୍ ଆଜିଠୁ ହଟାଇ ଦିଆଯାଇଛି । ଫଳରେ ଶ୍ରଦ୍ଧାଳୁ ମାନେ ନିିର୍ବିଘ୍ନରେ ସାନିଟାଇଜ୍ ହେବା ସହ ଧାଡିରେ ଯାଇ ଶ୍ରୀ ଜୀଉମାନଙ୍କୁ ଦର୍ଶନ କରୁଛନ୍ତି । ଲମ୍ବା ଧାଡ଼ିରୁ ଭକ୍ତଙ୍କୁ ତ୍ରାହି ମିଳିଛି ।

ପ୍ରକାଶ ଥାଉ କି, ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ପୂର୍ବରୁ ଜଗନ୍ନାଥ ବଲ୍ଲଭ ଠାରୁ ମରିଚିକୋଟ ଛକ ପର୍ଯ୍ୟନ୍ତ ବ୍ୟାରିକେଡ୍ କରାଯାଇଥିଲା । ଶ୍ରଦ୍ଧାଳୁଙ୍କ ଠାରୁ ନିଆଯାଇଥିବା ମତାମତ ଆଧାରରେ ପରବର୍ତି ସମୟରେ ପୋଲିସ ପ୍ରଶାସନ ପକ୍ଷରୁ ଏହି ନିଷ୍ପତି ଗ୍ରହଣ କରାଯାଇଥିଲା । ସେହିପରି ଗତକାଲି ମନ୍ଦିର ଭିତର ଓ ବାହାର ସାନିଟାଇଜେସନ ପାଇଁ ଶ୍ରଦ୍ଧାଳୁଙ୍କ ନିମନ୍ତେ ଦର୍ଶନ ବନ୍ଦ ରହିଥିଲା ।

Leave A Reply

Your email address will not be published.