ଗାନ୍ଧୀ ଗ୍ରାମରେ ଗୋଷ୍ଠୀ ଗୃହ ଉଦଘାଟିତ

157

ବୁଗୁଡା:  ବୁଗୁଡା ବ୍ଲକ ଅନ୍ତର୍ଗତ ଗୌଡ଼ିଆବୋରଦା ଗ୍ରାମ ପଞ୍ଚାୟତର ଗାନ୍ଧୀ ଗ୍ରାମରେ ନୂତନ ଭାବେ ନିର୍ମାଣ ହୋଇ ଥିବା ଗୋଷ୍ଠୀ ଗୃହ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ କରକମଳରେ ଜାନୁଆରୀ ୨୫ ତାରିଖ ଦିନ ଉଦଘାଟିତ ହୋଇଯାଇଛି ।  କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ୱରୀ ଖଟେଇ, ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ଵାଇଁ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ବରୁଣ ସେନାପତି, ସରପଞ୍ଚ ବାବୁଲି ବେହେରା, ସମିତି ସଭ୍ୟ ଟୁନା ନାୟକ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଖଦାଳ ଖଟେଇ,ପୂର୍ବତନ ସରପଞ୍ଚ ବୁଲୁ ପ୍ରଧାନ, କାହ୍ନୁ ଚରଣ ଭୂୟାଁ ପ୍ରମୁଖଙ୍କ ସମେତ ବହୁ ଗ୍ରାମବାସୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.