ବ୍ରହ୍ମପୁର: ବ୍ରହ୍ମପୁର ବିଏମସିର ଶରଧାବାଲିରେ ବସତି ପ୍ରାୟ ୨୪ ବର୍ଷ ତଳୁ ସ୍ଥାପିତ ହୋଇଥିଲେ ମଧ୍ୟ ଏହାକୁ ବି ଏମସି ପକ୍ଷରୁ ଅଣଦେଖା ଓ ଅବହେଳା ପ୍ରଦର୍ଶନର କରାଯାଇଥିବା ଅଭିଯୋଗ ହେଉଛି । ଏହି ଅଂଚଳରେ ରାସ୍ତା ଘାଟ ଅବସ୍ଥା ସମ୍ପ୍ରତି ଶୋଚନୀୟ ହୋଇପଡିଛି । ବିଏମସି କର୍ତୃପକ୍ଷଙ୍କ ଏଥିପାଇଁ ପ୍ରଦତ୍ତ ପ୍ରତିଶ୍ରୁତି ପାଣିର ଗାର ହୋଇଯାଇଛି । ଏହି ବସତିର ୪ର୍ଥ ଓ ପରିବର୍ଦ୍ଧିତ ଲାଇନର ଏବଂ ୭ମ ଲାଇନ୍ ରେ ସିସି ରୋଡ ଓ ଡ୍ରେନ ନିର୍ମାଣ ବାରମ୍ବାର ଅନୁରୋଧ ସତ୍ୱେ କରାଯାଉନଥିବାରୁ ଜନସାଧାରଣ ନାହିଁ ନଥିବା ହଟହଟାର ସମ୍ମୁଖୀନ ହେଉଛନ୍ତି । ଗତ ତା ୯.୧୦.୨୦ ବର୍ତ୍ତମାନର କମିଶନର ଶ୍ରୀ ସିଦ୍ଧେଶ୍ବର ବଳରାମ ବୋଦାର ଏହି ଅଂଚଳ ପରିଦର୍ଶନରେ ଆସିଥିଲା ବେଳେ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଏ ସମ୍ପର୍କରେ ଦାବି ଉପସ୍ଥାପନ ହୋଇଥିଲା । ଖୁବ ଶୀଘ୍ର ଏହି କାର୍ଯ୍ୟ କରାଯିବ ବୋଲି କହିଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇ ନାହିଁ । ଗତ ୧୭ ତାରିଖ ଶରଧାବାଲି ୱେଲଫର ଏସୋସିଏସନର ସମ୍ପାଦକ ସଚ୍ଚିଦାନନ୍ଦ ନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମଧ୍ୟ କମିଶନରଙ୍କୁ ସାକ୍ଷାତ କରି ଏହି ଦାବି ପୁଣି ଉପସ୍ଥାପିତ କରିଛନ୍ତି । ତୁରନ୍ତ ଏହି ଅଂଚଳରେ ରୋଡ ଓ ଡ୍ରେନ ନିର୍ମାଣ କରାନଗଲେ ଆସନ୍ତା ବିଏମସି ନିର୍ବାଚନରେ ଏହାର ଜନ ପ୍ରତିକ୍ରିୟା ଦେଖାଦେବ ବୋଲି ଜନମତ ପ୍ରକାଶ ପାଇଛି ।
Sign in
Sign in
Recover your password.
A password will be e-mailed to you.