ଦିଲ୍ଲୀ ହିଂସା : ଗଣତନ୍ତ୍ରରେ ଅରାଜକତାର କୌଣସି ସ୍ଥାନ ନାହିଁ – ଆରଏସଏସ

158
ନୂଆଦିଲ୍ଲୀ:  ଦିଲ୍ଲୀରେ ହୋଇଥିବା  ହିଂସା ଓ ଉପଦ୍ରବ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ବୋଲି ଆରଏସଏସ କହିଛି ।  ଋାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସର କାର୍ଯ୍ୟବାହ ସୁରେଶ (ଭୈୟାଜୀ) ଜୋଶୀ କହିଛନ୍ତି ଯେ ଗଣତନ୍ତ୍ର ଦିବସର ପବିତ୍ର ଦିନରେ ଦିଲ୍ଲୀରେ ଯେଉଁ ହିଂସା ଓ ଉପଦ୍ରବ ହେଲା ତାହା ଅତ୍ୟନ୍ତ  ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ । ବିଶେଷ ଭାବେ ଐତିହାସିକ ଲାଲ କିଲ୍ଲାରେ ହୋଇଥିବା କୃତ୍ୟ ଦେଶର ସ୍ୱାଧୀନତା ଓ ଅଖଣ୍ଡତାର ରକ୍ଷା ପାଇଁ ବଳିଦାନ ଦେଇଥିବା ଲୋକମାନଙ୍କର  ଅପମାନ ଅଟେ । ଗଣତନ୍ତ୍ରରେ ଅରାଜକତାର କୌଣସି ସ୍ଥାନ ନାହିଁ ।   ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସମସ୍ତ ଦେଶବାସୀଙ୍କୁ ଆହ୍ୱାନ କରୁଛି  ଯେ ରାଜନୈତିକ ଓ  ବୈଚାରିକ ମତଭେଦ ଠାରୁ ଉପରକୁ ଉଠି ପ୍ରାଥମିକତା ସହ ଶାନ୍ତି ପାଇଁ ପ୍ରୟାସ କରନ୍ତୁ ।
Leave A Reply

Your email address will not be published.