ନୂଆପଡା: ସଦର ବ୍ଲକ ଖରିଆର ରୋଡ଼ ରେଞ୍ଜ ଅନ୍ତର୍ଗତ ହଳଦି ଗ୍ରାମରେ ପୁଣିଥରେ ଦେଖା ଦେଇଛି ବାଘ ଆତଙ୍କ । ବାଘ ଆତଙ୍କ ରେ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି।ସୂଚନା ନୁସାରେ ହଳଦି ଗ୍ରାମ ନିକଟସ୍ଥ ପାହାଡର ସିତଲା ଦେବୀ ମନ୍ଦିର ପାଖରେ ଗ୍ରାମବାସୀ ଏକ କଲରାପତରିଆ ବାଘ ବୁଲୁଥିବାର ଦେଖିବାକୁ ପାଇଥିଲେ । ବାଘ ବୁଲୁଥିବାର ଦୃଶ୍ୟକୁ ସେହି ଗ୍ରାମର ଜନୈକ ବ୍ୟକ୍ତି ନିଜ ମୋବାଇଲ ରେ ରେକର୍ଡ କରିଥିଲେ। ପୂର୍ବରୁ ମଧ୍ୟ ୨୦୧୭ ମସିହାରେ ଶୋଇ ଥିବା ଅବସ୍ଥାରେ ମା କୋଳରୁ ତା ର ୪ବର୍ଷର ଶିଶୁପୁତ୍ର କୁ ବାଘ ଟାଣି ନେଇ ଖାଈ ଦେବା କଥା ଅଂଚଳରେ ଚହଳ ସୃଷ୍ଟି କରିଥିଲା । ପରେ ସେଇ ବାଘକୁ ବନ ବିଭାଗ ଜନ୍ତ। ବସେଇ ଧରି ନନ୍ଦନକାନନ ରେ ଛାଡ଼ି ଥିଲା । ଆଜି ପୁଣି ସେଇ ବାଘ ଆତଙ୍କ କଥାକୁ ମନେ ପକେଇ ଗ୍ରାମ ବାସି ଆତଙ୍କିତ ହୋଇ ପଡିଛନ୍ତି । ଅବଶ୍ୟ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ବାଘ ଉପରେ ନଜର ରଖିଛନ୍ତି । ଗ୍ରାମବାସୀ ଙ୍କୁ ମଧ୍ୟ ସତର୍କ ରହିବାକୁ କହିଛନ୍ତି। ରାତିରେ ବାହାରକୁ ନ ବାହାରିବାକୁ ଚେତେଇ ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.