କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୨,୬୮୯ ନୂଆ ମାମଲା

167
ନୂଆଦିଲ୍ଲୀ:  ଦେଶରେ ଗତ ୨୪ଘଂଟା  ମଧ୍ୟରେ    ୧୨,୬୮୯ ଟି ନୂଆ କରୋନା ମାମଲା ସାମନାକୁ ଆସିଛି ।  ଏହି ସମୟ ମଧ୍ୟରେ ମୋଟ  ୧୧୭       ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି ।  ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ  ସଂଖ୍ୟା  ୧,୦୬,୮୯,୫୨୭ ପହଂଚିଛି । ଆଜି   ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ   ସକ୍ରିୟ ରୋଗୀଙ୍କ ସଂଖ୍ୟା     ୧,୭୬,୪୯୮ ଥିବା ବେଳେ ବର୍ତମାନ ସୁଦ୍ଧା   ୧,୫୩,୭୨୪ ଜଣ ମୃତ୍ୟୁ  ବରଣ କରିଛନ୍ତି ।
ସେହିପରି ଦେଶରେ ଗତ ୨୪ଘଂଟା  ମଧ୍ୟରେ  କୋବିଡ ପାଇଁ   ୫,୫୦,୪୨୬ ନମୂନାର ପରୀକ୍ଷଣ କରା ଯାଇଛି । ଏହା ସହିତ ଦେଶରେ ବର୍ତମାନ ସୁଦ୍ଧା ୧୯,୩୬,୧୩,୧୨୦ ନମୂନାର ପରୀକ୍ଷଣ କରା ଯାଇଥିବା ଆଇସିଏମଆର ପକ୍ଷରୁ ସୂଚନା ଦିଆ ଯାଇଛିା
Leave A Reply

Your email address will not be published.