ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୩୫ତମ ପ୍ରଗତି ସମୀକ୍ଷା ବୈଠକ ଅନୁଷ୍ଠିତ

162

ନୂଆଦିଲ୍ଲୀ: କେନ୍ଦ୍ର  ରାଜ୍ୟ ସରକାରଙ୍କ ସମ୍ପୃକ୍ତି ସହିତ ସକ୍ରିୟ ପ୍ରଶାସନ ଏବଂ ସମୟୋପଯୋଗୀ କାର୍ଯ୍ୟକାରିତା ଲାଗି ଆଇସିଟି ଆଧାରିତ ବହୁମୁଖୀ ପ୍ଲାଟଫର୍ମ ପ୍ରଗତିର ୩୫ ତମ ବୈଠକ ପ୍ରଧାନମନ୍ତ୍ରୀ

ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନଅଟି ପ୍ରକଳ୍ପ ଏବଂ ଗୋଟିଏ ଯୋଜନା ସମେତ ଦଶଟି ପ୍ରସଙ୍ଗରେ ସମୀକ୍ଷା କରାଯାଇଥିଲା ।

ଏହି ନଅଟି ପ୍ରକଳ୍ପ ମଧ୍ୟରେ ରେଳ ମନ୍ତ୍ରଣାଳୟର ତିନୋଟି ପ୍ରକଳ୍ପସଡ଼କ ପରିବହନ  ରାଜପଥ ମନ୍ତ୍ରଣାଳୟର ତିନୋଟି ଏବଂ ଡିପିଆଇଆଇଟିଶକ୍ତି ମନ୍ତ୍ରଣାଳୟ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଗୋଟିଏ ଲେଖାଏଁ ପ୍ରକଳ୍ପ ସାମିଲ ରହିଛି ।

ମୋଟ ୫୪,୬୭୫ କୋଟି ଟଙ୍କାର ଏହି ନଅଟି ପ୍ରକଳ୍ପ ଓଡ଼ିଶାକର୍ଣ୍ଣାଟକଆନ୍ଧ୍ରପ୍ରଦେଶମହାରାଷ୍ଟ୍ରଛତିଶଗଡ଼ପଞ୍ଜାବଝାଡ଼ଖଣ୍ଡବିହାରତେଲଙ୍ଗାନାରାଜସ୍ଥାନଗୁଜରାଟପଶ୍ଚିମବଙ୍ଗହରିୟାଣା,

ଉତ୍ତରାଖଣ୍ଡ  ଉତ୍ତର ପ୍ରଦେଶ ଆଦି ୧୫ଟି ରାଜ୍ୟରେ କାର୍ଯ୍ୟକାରୀ ହେଉଛି।

ପ୍ରଧାନମନ୍ତ୍ରୀ ଏହି ସମୀକ୍ଷା ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି ପରିଯୋଜନାର ମଧ୍ୟ ସମୀକ୍ଷା କରିଥିଲେ।

ଭିତ୍ତିଭୂମି ପ୍ରକଳ୍ପରେ ବାଧକ ସାଜୁଥିବା ପ୍ରସଙ୍ଗଗୁଡ଼ିକର ତ୍ବରିତ ସମାଧାନ ଲାଗି ପ୍ରଧାନମନ୍ତ୍ରୀ ସମସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେ ମଧ୍ୟ ପ୍ରଧାନମନ୍ତ୍ରୀ ଭାରତୀୟ ଭାରତୀୟ ଜନୌଷଧି ପରିଯୋଜନାର ବ୍ୟାପକ ପ୍ରଚାର ଏବଂ ଏହାର ପ୍ରଭାବକୁ ବୃଦ୍ଧି କରିବା ଲାଗି ପ୍ରଯୁକ୍ତିର ଉପଯୋଗ ସୁନିଶ୍ଚିତ କରିବା ସକାଶେ ଫାର୍ମାସ୍ୟୁଟିକାଲ୍ସ ବିଭାଗ  ରାଜ୍ୟ ତଥା କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ପରାମର୍ଶ ଦେଇଥିଲେ।

ପ୍ରଗତୀର ୩୪ ତମ ବୈଠକ ସୁଦ୍ଧା ମୋଟ ୧୩.୧୪ ଲକ୍ଷ କୋଟି ଟଙ୍କାର ୨୮୩ ଟି ପ୍ରକଳ୍ପର ସମୀକ୍ଷା କରାଯାଇସାରିଛି।

Leave A Reply

Your email address will not be published.