ନକଲି ସସ୍ କାରଖାନା ଉପରେ ଚଢ଼ଉ: ୩୦୦୦ ବୋତଲ ସସ୍ ଜବତ, ଜଣେ ଗିରଫ

168

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ବଡ଼ବଜାର ଥାନା ଅନ୍ତର୍ଗତ ସୋମନାଥ ନଗରରେ ଥିବା ଏକ ନକଲି ସସ୍ କାରଖାନା ଉପରେ ବଡ଼ବଜାର ଥାନା ପୋଲିସ ଚଢ଼ଉ କରିଛି । ସେଠାରୁ ସସ୍ ପାଇଁ ବ୍ୟବହୃତ ହେଉଥିବା ଆରାରୁଟ୍ ପାଉଡର, ଆଳୁ, ବିଭିନ୍ନ ଫୁଡ୍ କେମିକାଲ ରଙ୍ଗ, ପ୍ୟାକିଂ ମେସିନ୍ ଜବତ କରିଛି । ଏହାସହ ୩୦୦୦ ବୋତଲ ସସ୍ ଜବତ କରିବା ସହ ସସ୍ କାରଖାନାକୁ ପୋଲିସ ସିଲ୍ କରିଛି । ଘଟଣାରେ ଜଣକୁ ଗିରଫ କରିଛି ପୋଲିସ । ଏନେଇ ଅଭିଯୁକ୍ତକୁ ଅଧିକ ପଚରା ଉଚୁରା ଜାରୀ ରହିଛି ।

Leave A Reply

Your email address will not be published.