ନିର୍ମାଣାଧିନ ପୋଲର ଟନେଲ ଧସି ଶ୍ରମିକ ମୃତ, ଜଣେ ଗୁରୁତର : ଉତ୍ୟକ୍ତ ଶ୍ରମିକଙ୍କ ମାଡରେ ସୁପରଭାଇଜର ଗୁରୁତର, ଠିକା ସଂସ୍ଥାର ଦୁଇ କର୍ମଚାରୀଙ୍କୁ ଉଠାଇନେଲା ପୋଲିସ

169
ବାରିପଦା: ବାରିପଦା-ବଡ଼ସାହି ରାସ୍ତାର ଓରାନାଳ ସେତୁ କାମ ବେଳେ ଘଟିଛି ଅଘଟଣ । ଆଜି ସକାଳେ ନିର୍ମାଣାଧିନ ପୋଲର ଟନେଲ ଧସି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତ ଶ୍ରମିକ ହେଲେ ଦୀପକ ସିଂ (୩୨) । ଦୀପକଙ୍କ ଘର ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଧାନଶୋଳ ଅଂଚଳରେ । ଗୁରୁତର ଶ୍ରମିକ ହେଲେ ରାଜଘାଟର ଶତୃଘ୍ନ ମଳିକ ।
ଅନ୍ୟପକ୍ଷରେ ଘଟଣାକୁ ନେଇ ସେଠାରେ ଉତେଜନା ପ୍ରକାଶ ପାଇଛି ।
ଉତ୍ୟେକ୍ତ ଶ୍ରମିକଙ୍କ ମାଡରେ ସୁପରଭାଇଜର ଚିତରଞ୍ଜନ ପାଣିଗ୍ରାହି ଓ ବାବୁଲା ନାଏକ ଗୁରୁତର ହୋଇଛନ୍ତି । ଗୁରୁତର ମାନଙ୍କୁ ଚିକିତ୍ସା ନିମନ୍ତେ ବେତନଟୀ ଡ଼ାକ୍ତର ଖାନାରେ ଭର୍ତି କରାଯାଇଛି । ଖବର ପାଇ ବେତନଟୀ ପୋଲିସ ଘଟଣାସ୍ଥଳରେ ପହଂଚି ଉତ୍ୟେକ୍ତ ଶ୍ରମିକ ମାନଙ୍କୁ ବୁଝାସୁଝା କରିବା ସହ ଠିକା ସଂସ୍ଥାର ଦୁଇ ଜଣ କର୍ମଚାରୀଙ୍କୁ ପଚରା ଉଚୁରା ପାଇଁ ଉଠାଇ ନେଇଛି । ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବାରିପଦା ପିଆରଏମ ମେଡିକାଲକୁ ପଠାଇଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।
Leave A Reply

Your email address will not be published.